କରୋନା ସହାୟତା ରାଶିରେ ଲାମ୍ବୋରଘିନି କିଣି ଜେଲରେ ଯୁବକ

କରୋନା ସହାୟତା ରାଶିରେ ଲାମ୍ବୋରଘିନି କିଣି ଜେଲରେ ଯୁବକ

କରୋନା ସହାୟତା ରାଶିରେ ଲାମ୍ବୋରଘିନି କିଣି ଜେଲରେ ଯୁବକ
ୱାଶିଂଟନ୍ : କରୋନା ରିଲିଫ୍ ଅର୍ଥରେ ଏକ ବିଳାସପୂର୍ଣ୍ଣ କାର୍ କିଣିବା ଅଭିଯୋଗରେ ଜଣେ ଯୁବକଙ୍କୁ ଜେଲ୍ ଯିବାକୁ ପଡିଛି । ଟେକ୍ସାସର ଏହି ଯୁବକ ଜଣକ କରୋନା ମୁକାବିଲା ପାଇଁ ରହିଥିବା ୧.୬ ମିଲିୟନ୍ ଡଲାରର ଅର୍ଥରାଶିକୁ ଲାମ୍ବୋରଘିନି ୟୁରୁସ କିଣିବାରେ ବ୍ୟବହାର କରିଥିଲେ । ଲି ପ୍ରାଇସ୍ ୩ ନାମକ ଏହି ୨୯ ବର୍ଷୀୟ ଯୁବକ ଜଣକ ନିଜ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଆବେଦନ କରି ୧.୬ ମିଲିୟନ୍ ଡଲାରର ଋଣ ଆଣିଥିଲେ । ଏହି ଅର୍ଥରେ କାର୍ ବ୍ୟତିତ ଏକ ରୋଲେକ୍ସ ଘଣ୍ଟା ଏବଂ ଏଫ୍ ୩୫୦ ଟ୍ରକ୍ ମଧ୍ୟ କିଣିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଆମେରିକା ସରକାରଙ୍କ ପକ୍ଷରୁ କରୋନା କାରଣରୁ ଆର୍ଥିକ ଦୁଃସ୍ଥିତିରେ ରହିଥିବା ସଂସ୍ଥାକୁ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଯଦି ବିଦ୍ୟୁତ୍ ବିଲ୍, କର୍ମଚାରୀଙ୍କ ବେତନ ଏବଂ କମ୍ପାନୀ କାର୍ଯ୍ୟରେ ଏହି ଅର୍ଥ ବ୍ୟବହାର କରାଯାଇଥାଏ ତେବେ ତାହାକୁ ଛାଡ କରାଯିବ । ଏହି ଆଇନର ଗଳାବାଟ ଦେଇ ଯୁବକ ଜଣକ ଖସିଯିବାକୁ ବସିଥିଲେ ମାତ୍ର ଅର୍ଥନ÷ତିକ ବିଭାଗ ହାତରେ ଧରାପଡିବା ସହିତ ଶେଷରେ ଜେଲ୍ ଯାଇଛନ୍ତି ଏହି ଯୁବକ ।