ଇଟାଲୀରେ ଏମିତି ଖେଳ ହୁଏ ହୋଲି

ଇଟାଲୀରେ ଏମିତି ଖେଳ ହୁଏ ହୋଲି

ଇଟାଲୀରେ ଏମିତି ଖେଳ ହୁଏ ହୋଲି
ଇଟାଲୀର ଉତ୍ତର ଭାଗରେ ଥିବା ଇଭରିଆ ସହରରେ ହୋଲି ସହ ସାମଞ୍ଜସ୍ୟ ଥିବା ଏକ ପର୍ବ ପାଳିତ ହୁଏ । ରଙ୍ଗ ବଦଳରେ ଲୋକମାନେ ପରସ୍ପରକୁ କମଳା ଫିଙ୍ଗିଥାଆନ୍ତି । ଏହା ଇଟାଲୀର ବୃହତ ଖାଦ୍ୟ ପର୍ବ । ଏହି ପର୍ବ ପଛରେ ଏକ ଐତିହାସିକ କାରଣ ମଧ୍ୟ ଅଛି । ୧୨୦୦ ଶତାବ୍ଦୀ ରେ ଏହି ସହରରେ ଜଣେ ଅତ୍ୟାଚାରୀ ଶାସକ ରାଜୁତି କରୁଥିଲେ । ସେଠାକାର ନବବଧୂମାନଙ୍କ ଉପରେ ବିବାହ ଦିନ ରାତିରେ ବଳପୂର୍ବକ ସେ ଅତ୍ୟାଚାର କରୁଥିଲେ । ଦିନେ ଜଣେ ନବବଧୂ କୌଶଳକ୍ରମେ ତାଙ୍କର ମୁଣ୍ଡ କାଟି ଦେବାରେ ସଫଳ ହୋଇଥିଲା । ରାଜାଙ୍କ ମୃତୁ୍ୟ ପରେ ସେଠାରେ ଖୁସିର ଲହରୀ ଖେଳିଯିବା ସହ ସେମାନେ ରାଜାଙ୍କ ସୈନ୍ୟମାନଙ୍କ ସହ ଲଢ଼ି ବିଜୟ ଲାଭ କରିଥିଲେ । ସେବେଠାରୁ ପ୍ରତିବର୍ଷ ଇଭରିଆବାସୀ ନିଜକୁ ନଅଟି ଦଳରେ ବିଭକ୍ତ କରି ପରସ୍ପର ଉପରକୁ କମଳା ଫିଙ୍ଗି ଯୁଦ୍ଧ କରିବା ପରି ଅଭିନୟ କରିଥାଆନ୍ତି । ଆଗରୁ ଲୋକେ ସେମାନଙ୍କ ଉପରକୁ ପଥର ଫିଙ୍ଗୁଥିଲେ । କିନ୍ତୁ ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଓ ସେଠାରେ ପ୍ରଚୁର ପରିମାଣରେ କମଳା ମିଳୁଥିବାରୁ ପଥର ବଦଳରେ କମଳାର ବ୍ୟବହାର କରାଗଲା । ପ୍ରତି ବର୍ଷ ଫେବ୍ରୁଆରୀ ମାସରେ ହେଉଥିବା ଏହି ପର୍ବରେ ପ୍ରାୟ ୪୦୦ ଟନ୍‍ କମଳା ଦରକାର ହୋଇଥାଏ । ସହରର ଗୋଟିଏ ଝିଅ ରାଜାଙ୍କ ମୁଣ୍ଡ କାଟିଥିବା ନବବଧୂର ଚରିତ୍ରରେ ଅଭିନୟ କରୁଥିବା ବେଳେ ଅନ୍ୟମାନେ ସୈନ୍ୟ ଓ ସାଧାରଣ ଲୋକଙ୍କ ଭୂମିକା ନିର୍ବାହ କରିଥାଆନ୍ତି ।