ଘରେ ଯଦି ଥାଏ ଏହି ବାସ୍ତୁଦୋଷ, ଗୃହ ସ୍ୱାମୀଙ୍କୁ ଭୋଗିବାକୁ ପଡିପାରେ ଏପରି ଦୁର୍ଦ୍ଦଶା
ଘରେ ଯଦି ଥାଏ ଏହି ବାସ୍ତୁଦୋଷ, ଗୃହ ସ୍ୱାମୀଙ୍କୁ ଭୋଗିବାକୁ ପଡିପାରେ ଏପରି ଦୁର୍ଦ୍ଦଶା
admin
Sep 20, 2019 - 11:54
Updated: Sep 20, 2019 - 11:54
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପଶ୍ଟିମ-ଦକ୍ଷିଣ ନୈଋତ କୋଣରେ ଯଦି ଦୋଷ ସୃଷ୍ଟି ହୁଏ ତେବେ ତାର ପରିଣାମ ଗୃହରେ ରହୁଥିବା ଲୋକଙ୍କ ସମେତ ଗୃହସ୍ୱାମୀଙ୍କୁ ବି ଭୋଗିବାକୁ ପଡିଥାଏ। ଏଣୁ ଯଦି କୌଣସି ଘରେ ଏଭଳି ସମସ୍ୟା ଉପୁଜିଥାଏ ତେବେ ଜାଣିବା ପରେ ତାର ତୁରନ୍ତ ଏହାର ସମାଧାନ କରିନେବା ଆବଶ୍ୟକ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘର ଅଗଣାର ଉତ୍ତର-ପଶ୍ଚିମ ଦିଗରେ କୂପ ଥାଏ ଓ ଦକ୍ଷିଣ-ପଶ୍ଚିମ ନୈଋତରେ ଘରର ବାରଣ୍ଡା ବା ଦ୍ୱାର ଥାଏ ତେବେ ଗୃହ ସ୍ୱାମୀ ଆତ୍ମହତ୍ୟା କରିବାର ଅଧିକ ସମ୍ଭାବନା ଉପୁଜିଥାଏ। ସେହିପରି ଯେଉଁ ଘରର ପୂର୍ବ ଦିଗରେ ମୁଖ୍ୟ ଦ୍ୱାର ଓ ଦକ୍ଷିଣ ପୂର୍ବ ଦିଗରେ ଆଉଗୋଟିଏ ଦ୍ୱାର ଥାଏ ଏବଂ ଘରର ଐଶାନ୍ୟ କ୍ଷତିଗ୍ରସ୍ତ ହୋଇଥାଏ ସେ କ୍ଷେତ୍ରରେ ଘରର କେହି ସଦସ୍ୟ ହୃଦରୋଗ, ସଡକ ଦୁର୍ଘଟଣା ଅଥବା ଆତ୍ମହତ୍ୟା କରି ପ୍ରାଣ ହରାଇବାର ସମ୍ଭାବନା ଦେଖାଦିଏ। ସେହିପରି ଯେଉଁ ଘରର ପ୍ରାଚୀରରେ ଦକ୍ଷିଣ-ପଶ୍ଟିମ ନୈଋତ କୋଣରେ ଫାଟକ ରହେ ସେ ଘରେ ରହୁଥିବା ଲୋକେ ବି ଆତ୍ମହତ୍ୟା କରିବାର ସମ୍ଭାବନା ଦେଖାଦିଏ। ଏଣୁ ଘରର ଦକ୍ଷିଣ-ପଶ୍ଚିମ ନୈଋତ କୋଣକୁ ଦୋଷମୁକ୍ତ ରଖିବାକୁ ସର୍ବଦା ଉଦ୍ୟମ କରାଯିବା ଦରକାର। ଏଠାରେ କୂପ, ସେପ୍ଟିକ୍ ଟ୍ୟାଙ୍କ, ମୁଖ୍ୟ ଫାଟକ ଆଦି କରିବାକୁ ଚିନ୍ତା ବି କରାଯାଇପାରେନା। ଯଧି ଭୁଲବଶତଃ ହୋଇଯାଇଛି ତେବେ ତୁରନ୍ତ ତୃଟି ସୁଧାରି ନେବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଲାଗି ଭଲ।