ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଦୃଢ ପଦକ୍ଷେପ : ୪ କୋଟି ୧୧ ଲକ୍ଷ ଟଙ୍କାର ମଦ , ୩ କୋଟି ୭୫ ଲକ୍ଷ ନଗଦ ଟଙ୍କା ଜବତ
ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଦୃଢ ପଦକ୍ଷେପ : ୪ କୋଟି ୧୧ ଲକ୍ଷ ଟଙ୍କାର ମଦ , ୩ କୋଟି ୭୫ ଲକ୍ଷ ନଗଦ ଟଙ୍କା ଜବତ
admin
Apr 27, 2019 - 10:52
Updated: Apr 27, 2019 - 10:52
ଭୁବନେଶ୍ୱର : ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ହଜାର ୩୨୭ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୫ ହଜାର ୦୫୬ ଜଣଙ୍କୁ ଅଟକ ରଖାଯାଇଛି । ୫ ହଜାର ୫୧୯ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୨୫୦ ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୬୫.୫୮୪ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ୍ ସହାୟତାରେ ପ୍ରାୟ ୧୫୮୩୪୫.୧୧୩ ବଲ୍କ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୧୧ ଲକ୍ଷ ୯୦ ହଜାର ୪୫୧ ଟଙ୍କା । ଆଜି ସୁଦ୍ଧା ରାଜ୍ୟରେ ଫ୍ଲାଇଂ ସ୍କାର୍ଡ ଏବଂ ପୁଲିସ୍ ଦ୍ୱାରା ୩ କୋଟି ୭୫ ଲକ୍ଷ ୨୧ ହଜାର ୩୮୦ ଟଙ୍କା ଜବତ କରାଯାଇଛି ।
ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୫୯ ଲକ୍ଷ ୪୫ହଜାର ୯୧୮ଟି ପୋଷ୍ଟର, ହୋଡିଂ ଆଦିକୁ ହଟାଇ ଦିଆଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୪ ଲକ୍ଷ ୪୦ ହଜାର ୬୭୮ ହୋଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।
ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ୍ ନଂ ୦୬୭୪-୨୩୯୫୦୧୫କୁ ଆଜି ସୁଦ୍ଧା ୧୨୮୩ଟି କଲ୍ ଏବଂ ଭୋଟର ହେଲ୍ପଲାଇନ୍ ନମ୍ବର ୧୯୫୦କୁ ୧୭ ହଜାର ୨୦୫ ଟି କଲ୍ ମିଳିଥିବା ବେଳେ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇ ଆବଶ୍ୟକ ପଦକ୍ଷେପ ସହ ସୂଚନା ପ୍ରଦାନ କରାଯାଇଛି ।