ଶୀତଦିନେ ଏପରି କରନ୍ତୁ କେଶ ସଫା

ଶୀତଦିନେ ଏପରି କରନ୍ତୁ କେଶ ସଫା

ଶୀତଦିନେ ଏପରି କରନ୍ତୁ କେଶ ସଫା

ଭୁବନେଶ୍ୱର: ଶୀତଦିନେ ତ୍ୱଚାର ଯତ୍ନ ସହିତ କେଶର ମଧ୍ୟ ସଠିକ୍‌ ଦେଖାଚାହାଁ କରିବା ନିହାତି ଜରୁରୀ । କାରଣ ଶୀତଦିନେ ଅନେକଙ୍କର କେଶ ରୁକ୍ଷ ହେବା ସହ କାହାର କାହାର ରୁପି ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେଣୁ ଶୀତଦିନେ ସହଜ ଉପାୟରେ କେଶର କିପରି ସଠିକ୍‌ ଯତ୍ନ ନେଇ ତାହାକୁ ଆକର୍ଷଣୀୟ କରିହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ....

- ଶୀତଦିନେ ଅତି କମରେ ୨/୩ ଥର କେଶକୁ ଭଲ ଭାବେ ସଫା କରିବା ଆବଶ୍ୟକ ।

- କେଶ ସଫା କଲାବେଳେ ଉଷୁମ ପାଣିର ବ୍ୟବହାର କଲେ ଭଲ ।

- ଏହି ଦିନେ କେଶରେ କଣ୍ଡିସନର୍‌ ଲଗାଇବା ବି ଜରୁରୀ । କାରଣ ଏହା ସହଜରେ କେଶକୁ ରୁକ୍ଷ ହେବାକୁ ଦିଏନାହିଁ ।

- କଣ୍ଡିସନର୍‌ ଲଗାଇବା ପରେ ଉଭୟ ସ୍କାଲ୍ପ ଓ କେଶରେ ଭଲ ବ୍ରାଣ୍ଡର ସିରମ୍‌ ଲଗାଇବା ମଧ୍ୟ ଆବଶ୍ୟକ । କାରଣ ଏହା କେଶକୁ ମୂଳରୁ ମଜଭୁତ୍‌ କରିବା ସହ ସେଥିରେ ଚମକ୍‌ ଆଣିଥାଏ ।

- ଶୀତଦିନେ ହେୟାର୍‌ ଡ୍ରାୟରର ବ୍ୟବହାର କେଶ ପାଇଁ ଆଦୌ ଠିକ୍‌ ନୁହେଁ । କାରଣ ଏହା ଯୋଗୁ କେଶ ଦୁର୍ବଳ ହୋଇ ଝଡିଥାଏ । ତେଣୁ ଡ୍ରାୟର୍‌ ପରିବର୍ତ୍ତେ ଶୀତଦିନେ ସୂତା କପଡ଼ାରେ ହାଲକା ଭାବେ ଓଦା କେଶକୁ ପୋଛି ଶୁଖାଇବା ସର୍ବୋତ୍ତମ ।

- ଶୀତଦିନେ ସପ୍ତାହକୁ ଥରେ ହେଉନା କାହିଁକି କେଶରେ ନଖ ଉଷୁମ ନଡ଼ିଆ ତେଲକୁ କିଛି ସମୟ ମାଲିସ୍‌ କରି ପରେ ଧୋଇଦେଲେ ବି କେଶର ରୁକ୍ଷପଣ ଅନେକାଂଶରେ କମିଯାଇଥାଏ ।