ଟ୍ରକ୍‌କୁ ପିଟି ଦେଲା କାର୍‌, ୪ ମୃତ

ଟ୍ରକ୍‌କୁ ପିଟି ଦେଲା କାର୍‌, ୪ ମୃତ

 ଟ୍ରକ୍‌କୁ  ପିଟି ଦେଲା କାର୍‌,  ୪ ମୃତ


ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଦ୍ରୁତ  ଗତିରେ ଆସୁଥିବା ଏକ କାର୍‌ ପିଟି ଦେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଯୁବକ ଓ ୨ ଯୁବତୀ ଅଛନ୍ତି। କାର୍‌ଟି ଆନ୍ଧ୍ରରୁ ଆସୁଥିବା ବେଳେ ଆଜି ଭୋରରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି।

ଅନୁଯାୟୀ, ଏକ ଟ୍ରକ୍‌ଟି ଖରାପ ହୋଇ ଯାଇଥିବାରୁ ଘଐ-୧୬ର ବଡ଼ପୋଖରିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଭୋରରୁ ଭୋରରୁ କୁହୁଡ଼ି ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଟ୍ରକ୍‌ ପଛ ପଟେ ପିଟି ହୋଇ ଯାଇଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରେ ୨ ଯୁବକ ଓ ୨ ଯୁବତୀ ଥିବା ଦେଖିବାକୁ ପାଇଥିଲେ। ଖବର ପାଇ ତୁରନ୍ତ ପୁଲିସ୍‌ ପହଞ୍ଚି କାର୍‌ ଭିତରୁ ୪ ଜଣଙ୍କୁ ବାହାର କରିଥିବା ବେଳେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ମୃତଦେହଗୁଡ଼ିକୁ ଖୋର୍ଦ୍ଧା ମେଡିକାଲକୁ ପଠାଇ ଦିଆଯାଇଛି।