ଲତାଙ୍କ ଏଇ ଗୀତକୁ ନେଇ କାନ୍ଦିଥିଲେ ନେହରୁ
ଲତାଙ୍କ ଏଇ ଗୀତକୁ ନେଇ କାନ୍ଦିଥିଲେ ନେହରୁ
ମୁମ୍ବାଇ: ସ୍ବର ସାମ୍ରାଜ୍ଞୀଙ୍କ ପରଲୋକରେ ଦେଶ ପୂରା ଶୋକରେ। ତାଙ୍କର ସବୁ ଗୀତ ଲୋକଙ୍କ ପସନ୍ଦର ହୋଇଥଏ। ହୃଦୟକୁ ଛୁଇଁଥାଏ। ତେବେ ଦେଶାତ୍ମବୋଧକ ଗୀତ ଏ...ମେରେ...ବତନ...କି ଲୋଗା...ଜରା ୟାଦ୍ କରୋ କୁରୁବାନୀ........ସମସ୍ତଙ୍କ ହୃଦୟକୁ ଛଉଁଯାଇଛି। ହିନ୍ଦୀ ଲେଖକ କବି ପ୍ରଦୀପଙ୍କ ଦ୍ବାରା ଲିଖିତ ଏବଂ ସି ରାମଚନ୍ଦ୍ରଙ୍କ ଦ୍ବାରା କମ୍ପୋଜ ହୋଇଥିବା ଏହି ଗୀତକୁ ପ୍ରଥମ କରି ୧୯୬୨ରେ ରିଲିଜ କରାଯାଇଥିଲା। ଚୀନ-ଭାରତ ଯୁଦ୍ଧରେ ସହିଦ ହୋଇଥିବା ସେନା କର୍ମଚାରୀଙ୍କ ସ୍ମୃତିରେ ଏହି ଗୀତ ପ୍ରସ୍ତୁତ କରାଯାଇଥିଲା। ତେବେ ଲତାଙ୍କ ସ୍ବରରେ ସଜେଇ ହୋଇଥିବା ଏହି ଗୀତ ସେତେବେଳେ କୋଟି କୋଟି ଭାରତୀୟ ଦେଶପ୍ରେମରେ ତଲ୍ଲୀନ କରି ଦେଇଥିଲା। ସେହିପରି ୧୯୬୩ ଜାନୁଆରି ୨୬ ତାରିଖରେ ନୂଆଦିଲ୍ଲୀର ଜାତୀୟ ଷ୍ଟାଡିୟମ୍ରେ ଲତା ଜୀ ଏହାକୁ ଗାନ କରିଥିଲେ। ସେତେବେଳେ ତତ୍କାଳୀନ ରାଷ୍ଟପ୍ରତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ମଞ୍ଚରେ ଉପସ୍ଥିତ ଥିଲେ। ସେତେବେଳ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଲତାଙ୍କ କଂଠରୁ ନିସୃତ ଏହି ଗୀତକୁ ନେଇ ଭାବପ୍ରବଣ ହୋଇ ପଡ଼ିଥିଲେ। ତାଙ୍କ ଆଖିରୁ ଲୁହ ନିର୍ଗତ ହୋଇଥିଲା। ଦେଶବାସୀଙ୍କୁ ଦେଶପ୍ରେମରେ ଉଦ୍ବୁଧ କରାଇଛି। ବିଶେଷକରି ତାଙ୍କର ଏହି ଗୀତ ଦେଶର ନେତାଙ୍କଠାରୁ ଆରମ୍ଭ କରି ଅଭିନେତା, ଖେଳାଳି, ସେନା ବାହିନୀଙ୍କୁ ଦେଶପ୍ରେମରେ ଉଦ୍ବୁଧ କରିଛି। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ତାଙ୍କର ପ୍ରତିଟି ଗୀତ ହୃଦୟରେ ଛାଇ ଯାଇଛି। ଲତା ମଙ୍ଗେସ୍କର ଫିଲ୍ମ ଜଗତର ପ୍ରାୟ ଅନେକ ପିଢ଼ିର ଅଭିନେତ୍ରୀଙ୍କ ପାଇଁ ଗୀତ ଗାଇଛନ୍ତି। ମଧୁବାଲାଙ୍କଠାରୁ ଆରମ୍ଭ କରି କାଜଲ, ରେଖା, ହେମାମାଲିନ, କରିଶ୍ମା କପୁର, ମାଧୁରୀଙ୍କ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି। ପିଲାଟି ଦିନରୁ ଲତାଙ୍କ ଗୀତ ଗାଇବା ପ୍ରତି ଥିଲା ଦୁର୍ବଳତା। ସେ ୫ ବର୍ଷ ବୟସରୁ ହିଁ ଗାଇବା ଆରମ୍ଭ କରିଦେଇଥିଲେ। ୧୯୪୨ରେ ଲତା ମରାଠୀ ଫିଲ୍ମ ‘କିଟ୍ଟି ହସାଲ’ ପାଇଁ ଏକ ଗୀତ ଗାଇଥିଲେ। ତେବେ ଗୀତଟିକୁ ଶେଷ ମୁହୂର୍ତ୍ତରେ ଫିଲ୍ମରୁ ବାଦ୍ ପଡିଥିଲା। ସେହିବର୍ଷ ବିନାୟକଙ୍କ ଏକ ମରାଠୀ ଫିଲ୍ମରେ ଲତା ଏକ ଗୀତ ଗାଇଥିଲେ।
କୁହାଯାଏ ଯେ ଯେଉଁ ସମୟରେ ଲତା ମଙ୍ଗେଶକର ପ୍ଲେ-ବକ୍ ଗାୟକ ଭାବରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ସେହି ସମୟରେ ତାଙ୍କୁ ରିଜେକ୍ଟର ସାମ୍ନାକୁ କରିବାକୁ ପଡିଥିଲା। କାରଣ ସେହି ସମୟରେ ବଲିଉଡରେ ନୁର ଜାହାଁ ଏବଂ ଶ୍ୟାମଶାଦ ବାଗେମ୍ ଭଳି ଭାରି ସ୍ୱରର ଗାୟକମାନେ ଦବ୍ଦବ୍ ଥିଲା।
ଏକଦା ୧୯୪୮ ମସିହାର ଫିଲ୍ମ ‘ସହିଦ’ର ନିର୍ମାଣ ଚାଲିଥିବା ବେଳେ ଏହାର ପ୍ରଯୋଜକ ଶଶଧର ମୁଖାର୍ଜୀଙ୍କ ସହ ଲତାଙ୍କୁ ଗୁଲାମ୍ ହୈଦର ପରିଚୟ କରାଇଥିଲେ। କିନ୍ତୁ ଲତାଙ୍କ ସ୍ୱର ଖୁବ୍ ପତଳା କହି ଶଶଧର ମୁଖାର୍ଜୀ ଲତାଙ୍କୁ ରିଜେକ୍ଟର କରି ଦେଇଥିଲେ। ଏହାପରେ ରାଗି ଯାଇଥିଲା ଲତାଙ୍କ ଗଡ୍ ଫାଦର ତଥା ଗୁଲାମ ହେଦର। ଆଉ କହିଥିଲେ ‘ଆଗାମୀ ବର୍ଷରେ ସମସ୍ତ ନିର୍ମାତା ଏବଂ ନିର୍ଦ୍ଦେଶକମାନେ “ଲତାଙ୍କ ପାଦତଳେ ପଡ଼ିବେ” ଏବଂ ତାଙ୍କ ସିନେମାରେ ଗୀତ ଗାଇବାକୁ ତାଙ୍କୁ ଅନୁରୋଧ କରିବେ।’ ଶେଷରେ ତାହା ହିଁ ହୋଇଥିଲା।
୧୯୪୮ରେ ବିନାୟକଙ୍କ ମୃତ୍ୟୁ ପରେ ଲତାଙ୍କୁ ଗାୟିକା ଭାବେ କ୍ୟାରିୟର ଗଢ଼ିବା ପାଇଁ ଗାଇଡ୍ କରିଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର। ଆଉ ସେ ହିଁ ଥିଲେ ଲତାଙ୍କ ଗଡ୍ ଫାଦର। ୧୯୪୮ରେ ହିଁ ଲତାଙ୍କୁ ମିଳିଥିଲା ବଡ଼ ବ୍ରେକ୍। ତାଙ୍କୁ ଏହି ସୁଯୋଗ ଦେଇଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର। ଏକ ସାକ୍ଷାତକାର୍ରେ ଗୁଲାମ୍ ହୈଦରଙ୍କୁ ନିଜ ଗଡ୍ଫାଦର ବୋଲି ସ୍ୱୀକାର କରିସାରିଛନ୍ତି ଲତା।
୧୯୪୮ ମସିହାର ‘ମଜବୁର୍’ ଚଳଚ୍ଚିତ୍ରର ‘ଦିଲ୍ ମେରା ତୋଡ଼ାଟ୍ଟ ମୁଝେ କହିଁ କା ନା ଛୋରାଟ୍ଟ’ ଗୀତ ଲତାଙ୍କୁ ସଫଳତାର ସ୍ବାଦ ଚଖାଇଥିଲା। ଆଉ ସେ ପଛକୁ ଫେରି ଚାହିଁ ନଥିଲେ।




admin 