୪ଟା ୧୫ରେ ମୁମ୍ବାଇ ଯିବେ ପ୍ରଧାନମନ୍ତ୍ରୀ

୪ଟା ୧୫ରେ ମୁମ୍ବାଇ ଯିବେ ପ୍ରଧାନମନ୍ତ୍ରୀ

୪ଟା ୧୫ରେ ମୁମ୍ବାଇ ଯିବେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ପରଲୋକରେ ପୂରା ଦେଶ ସ୍ତବ୍ଧ। ସମଗ୍ର ଦେଶରେ ଖେଳି ଯାଇଛି ଶୋକର ଲହରି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ୟ୍ୟନ୍ତ ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି। ଆଜି ଅପରାହ୍‌ଣ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି। ସେଠାରେ ୫ଟାରେ ଲତା ମଙ୍ଗେସ୍‌କରଙ୍କ ବାସ ଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଲତା ଜୀଙ୍କ ପରଲୋକ ଖବର ପାଇ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଶୋକ ପ୍ରକାଶ କରିଥିଲେ। ତାଙ୍କ ପରଲୋକରେ ଦେଶରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଶୋକବ୍ୟକ୍ତ କରିଛନ୍ତି। ସନ୍ଧ୍ୟା ୬ଟା ୩୦ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମୁମ୍ବାଇ ଶିବାଜୀ ପାର୍କରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି। ଏହା ପୂର୍ବରୁ ମଧ୍ୟାହ୍ନ ୧୨ଟାରେ ତାଙ୍କ ବାସ ଭବନରେ ଅନ୍ତିମ ଦର୍ଶନ ଲାଗି ପ୍ରାର୍ଥିବ ଶରୀର ରଖାଯିବ।