ରେଳବାଇ ଗୃହ କମିଟି ବୈଠକ: କମ୍ ପାଣ୍ଠି ବରାଦ ନେଇ ଉଦବେଗ ପ୍ରକାଶ କରିଛି ବିଧାନିସଭା

ରେଳବାଇ ଗୃହ କମିଟି ବୈଠକ: କମ୍ ପାଣ୍ଠି ବରାଦ ନେଇ ଉଦବେଗ ପ୍ରକାଶ କରିଛି ବିଧାନିସଭା

ରେଳବାଇ ଗୃହ କମିଟି ବୈଠକ: କମ୍ ପାଣ୍ଠି ବରାଦ ନେଇ ଉଦବେଗ ପ୍ରକାଶ କରିଛି ବିଧାନିସଭା
ଭୁୂବନେଶ୍ୱର: ରେଳ ବଜେଟରେ କମ୍ ପାଣ୍ଠି ବରାଦ ନେଇ ଉଦବେଗ ପ୍ରକାଶ କରିଛି ବିଧାନିସଭା ଗୃହ କମିଟି । ଏ ନେଇ କମିଟି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛି । ଏ ନେଇ କମିଟିର ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତରେ ଯିବେ । ରେଳବାଇ ସମ୍ପର୍କିତ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାକୁ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ କମ ପାଣ୍ଠି ବରାଦ କରାଯାଇଥିବାରୁ କମିଟିର ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଓଡ଼ିଶା ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଛି । ପଡ଼ୋଶୀ ରାଜ୍ୟ ତୁଳନାରେ ଓଡ଼ିଶାରେ ରେଳ ନେଟୱର୍କ କମ୍ ରହିଛି । ଏହା ସତ୍ତ୍ୱେ ଗତ ବର୍ଷ ତୁଳନାରେ ଚଳିତ ବଜେଟରେ ୧୬୦୦ କୋଟି କମ ପାଣ୍ଠି ବରାଦ ହୋଇଛି । ଏ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଆଜି ସନ୍ଧ୍ୟାରେ ଦିଲ୍ଲୀସ୍ଥିତ ରେଳଭବନରେ ଭେଟିବାକୁ ନିଷ୍ପତ୍ତି ହୋଇଛି । କମିଟି ବୈଠକରେ କେଉଁ ସବୁ ପ୍ରସଙ୍ଗରେ ଗୃହ କମିଟି ପୀୟୁଷଙ୍କ ସହ ଆଲୋଚନା କରିବ ସେ ନେଇ ବିଚାର ବିମର୍ଶ କରିଛି । ପୁରୀ-କୋଣାର୍କ ରେଳଲାଇନ ଓ ସୁକିନ୍ଦା-ମୟୂରଭଞ୍ଜ ରେଳଲାଇନ ନେଇ ବଜେଟରେ କିଛି ବିଚାର କରାଯାଇନଥିବାରୁ ଏ ନେଇ ଦାବି ଉପସ୍ଥାପନ କରିବାକୁ ସ୍ଥିର ହୋଇଛି । ଏହାଛଡ଼ା ଚାଲୁଥିବା ପ୍ରକଳ୍ପର ବରାଦ ପାଣ୍ଠି କିଭଳି ଧାର୍ଯ୍ୟ ସମୟରେ ସରିବ ସେ ନେଇ ମଧ୍ୟ କମିଟି ଦୃଷ୍ଟି ଆକର୍ଷଣ କରିବ । ନୂଆ ଟ୍ରେନ ଚଳାଚଳ ସହ ରେଳ ୱାଗନ ଓ ଇଞ୍ଜିନ ତିଆରି କାରଖାନା ନିର୍ମାଣ ପ୍ରସଙ୍ଗରେ ମଧ୍ୟ କମିଟି ପୀୟୁଷଙ୍କ ସହ ଆଲୋଚନା କରିବାକୁ ସ୍ଥିର ହୋଇଛି । ଏ ବୈଠକରେ ସାମିଲ ହୋଇଥିବା ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀ ବୈଠକ ଅଧାରୁ ରାଗି ଚାଲିଯାଇଥିଲେ । ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ସମ୍ପର୍କରେ ସେ ପରିବହନ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲା ବେଳେ ଅଧିକାରୀ କହିଥିଲେ ସେ ବାଚସ୍ପତିଙ୍କୁ ହିଁ କେବଳ ଉତ୍ତର ଦେବେ । ଏଥିରେ କ୍ଷୁବଧ ହୋଇ ଶ୍ରୀ ମାଝୀ ବୈଠକ ଛାଡ଼ି ବାହାରି ଆସିବା ସହ ବାହାରେ ଗଣମାଧ୍ୟମ ଆଗରେ ନିଜଅସନ୍ତୋଷ ଜାହିର କରିଥିଲେ । ଏପରିକି ସେ ଦିଲ୍ଲୀ ଯିବେନି ବୋଲି ରୋକଠୋକ କହିଥିଲେ । ଉଲ୍ଲେଖଯୋଗ୍ୟ, ବଜେଟ ପୂର୍ବରୁ କମିିଟି ରାଜ୍ୟରେ ରେଳ ବିକାଶ ନେଇ କିଛି ଦାବି ରଖିନଥିଲା । ମାତ୍ର ବଜେଟ ପରେ ଏବେ ଦାବିରୁ କିଛି ଲାଭ ମିଳିବ କି ପ୍ରଶ୍ନରେ ବାଚସ୍ପତି କହିଛନ୍ତି । ରେଳମନ୍ତ୍ରୀ ଚାହିଁଲେ ନିଶ୍ଚୟ କିଛି ହୋଇପାରିବ । ଏଥିପ୍ରତି କିନ୍ତୁ ଆନ୍ତରିକତା ଦରକାର । ବୈଠକରେ ବହୁ ମନ୍ତ୍ରୀ ଓ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ରେଳ କୋ-ଅଡିନେସନ କମିଶନର ମନୋଜ ମିଶ୍ର ଓ ବିଧାନସଭା ସଚିବ ଦାଶରଥୀ ଶତପଥୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।