ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଖର୍ଚ୍ଚ କାଟ୍ ଯୋଜନା : ବର୍ଷକରେ ବନ୍ଦ କଲେଣି ୬୦୦ ଶାଖା, ୫,୫୦୦ ଏଟିଏମ୍

ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଖର୍ଚ୍ଚ କାଟ୍ ଯୋଜନା : ବର୍ଷକରେ ବନ୍ଦ କଲେଣି ୬୦୦ ଶାଖା, ୫,୫୦୦ ଏଟିଏମ୍

ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଖର୍ଚ୍ଚ କାଟ୍ ଯୋଜନା : ବର୍ଷକରେ ବନ୍ଦ କଲେଣି ୬୦୦ ଶାଖା, ୫,୫୦୦ ଏଟିଏମ୍
ମୁମ୍ବାଇ: ସରକାରୀ ବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ରଖାଯାଇଥିବା ଖର୍ଚ୍ଚ କାଟ ଯୋଜନାର ଅଂଶସ୍ୱରୂପ ଅନେକ ବ୍ୟାଙ୍କ ଶାଖା ଏବଂ ଏଟିଏମ ବନ୍ଦ ହେବାରେ ଲାଗିଛି । ବ୍ୟାଙ୍କଗୁଡ଼ିକ ବଡ଼ ବଡ଼ ସହରରେ ସେମାନଙ୍କର ଏଟିଏମ୍ ଏବଂ ଶାଖାକୁ ବନ୍ଦ କରିବାକୁ ଯାଉଛନ୍ତି । ଏମିତିକି ଗତ ବର୍ଷକ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ଦେଶର ବିଭିନ୍ନ ସହରରେ ୬୦୦ ଶାଖା ଏବଂ ୫,୫୦୦ ଏଟିଏମ୍ ବନ୍ଦ କରିସାରିଛନ୍ତି । ଏହାର କାରଣ ହେଉଛି ସହରରେ ବସବାସ କରୁଥିବା ଲୋକେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି କାରଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ସହରାଞ୍ଚଳରେ ସେମାନଙ୍କର ଶାଖା ଏବଂ ଏଟିମ୍ ସଂଖ୍ୟାକୁ କମ୍ କରିବାକୁ ପ୍ରୟାସ କରୁଛନ୍ତି । ଗତ ୧ ବର୍ଷ ଧରି ଦେଶରେ ୧୦ଟି ସରକାରୀ ବ୍ୟାଙ୍କ ପାଖାପାଖି ୫.୫୦୦ ଟି ଏଟିଏମ ଏବଂ ୬୦୦ ଶାଖାକୁ ବନ୍ଦ କରିଛନ୍ତି । ମୋଟା ମୋଟି ଭାବେ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ୯ଟି ବ୍ୟାଙ୍କ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟାଇଥିବା ବେଳେ ୬ଟି ବ୍ୟାଙ୍କ ଶାଖା ସଂଖ୍ୟା କମ୍ କରିଛନ୍ତି ।