ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର

ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର

ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ  ତୀବ୍ର
ନୂଆଦିଲ୍ଲୀ:ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଦିନକୁ ଦିନ ତୀବ୍ରତର ହେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ୨୦,୦୦୦ କୋଟି ଡଲାର ମୂଲ୍ୟର ସାମଗ୍ରୀରେ ଶୁଳ୍କ ବୃଦ୍ଧି କରିଥିବା ବେଳେ ଆଉ ୩୦୦୦୦ କୋଟିର ଡଲାର ଆମେରିକୀୟ ଉତ୍ପାଦରେ ଶୁଳ୍କ ବଢାଇଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ବିଶ୍ୱ ଅର୍ଥନୀତି ଉପରେ ଭୟଙ୍କର ପ୍ରଭାବ ପକାଇବ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କ ଖରାପ ହେଲେ ଆଗାମୀ ୯ ମାସ ମଧ୍ୟରେ ମାନ୍ଦାବସ୍ଥା ଆରମ୍ଭ ହେବ ବୋଲି ମୋର୍ଗାନ ଷ୍ଟାନଲେ ଆଶଙ୍କା ପ୍ରକାଶ କରିଛନ୍ତି । ମୋର୍ଗାନ୍ ଷ୍ଟାନଲେର ମୁଖ୍ୟ ଅର୍ଥନୀତିଜ୍ଞ ଚେତନ ଆହ୍ୱା କହିଛନ୍ତି ଯେ, ବାଣିଜ୍ୟ ଯୁଦ୍ଧର ପ୍ରଭାବକୁ ନିବେଶକମାନେ ବର୍ତମାନ ହେୟଜ୍ଞାନ କରୁଛନ୍ତି । ବାଣିଜ୍ୟ ଯୁଦ୍ଧର ମାକ୍ରୋ ଅର୍ଥନୈତିକ ପ୍ରଭାବକୁ ନେଇ ଏମାନେ ଅବଗତ ନାହାନ୍ତି । ଗୋଲ୍ଡମ୍ୟାନ ସାଚ୍ସ ଗ୍ରୁପ ମଧ୍ୟ ସମାନ ଭବିଷ୍ୟତବାଣୀ କରିଛନ୍ତି । ଚୀନ ଉପରେ ଆମେରିକାର କଠୋର ପଦକ୍ଷେପ ବିଶ୍ୱ ଅର୍ଥନୀତିକୁ ବାଧିବ ବୋଲି ଏହା କହିଛି । ଚୀନର ଅତିରିକ୍ତ ୩୦୦୦୦ କୋଟି ଡଲାର ଏବଂ ମେକ୍ସିକୋର ସମସ୍ତତ୍ତଉତ୍ପାଦରେ ବୃଦ୍ଧି କରିବା ପାଇଁ ଆମେରିକା ଯୋଜନା କରୁଛି । ଖାଲି ସେତିକି ନୁହେଁ ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବି ବାଣିଜ୍ୟିକ ସମସ୍ୟା ଦେଖା ଦେଲାଣି । ଚୀନ୍ ରବିବାର ଏକ ଶ୍ୱେତପତ୍ର ଜାରି କରିଛି , ଯେଉଁଥିରେ ଏହା ଉଲ୍ଲେଖ କରିଛି ଯେ, ବାଣିଜ୍ୟ ଯୁଦ୍ଧ ବଢାଇ ଆମେରିକା ଶ୍ରେଷ୍ଠ ହୋଇଯାଇନାହିଁ । ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଖୋଦ୍ ଆମେରିକାର ଅର୍ଥନୀତିକୁ ପ୍ରଭାବିତ କରିଛି । ଦେଶର ଉତ୍ପାଦନ ଖର୍ଚ୍ଚ ବଢିଛି, ଫଳରେ ସବୁକିଛି ମହଙ୍ଗା ହେଉଛି । ଅଭିବୃଦ୍ଧି ଏବଂ ଲୋକଙ୍କ ଜନସାଧାରଣ ମାନକୁ ଏହା ପ୍ରଭାବିତ କରିଛି ଓ ଚୀନକୁ ଆମେରିକୀୟ ରପ୍ତାନି ବାଧାପ୍ରାପ୍ତ ହୋଇଛି । ଆମେରିକାର ଏହି ନୀତି ପରିସ୍ଥିତିକୁ ଅତ୍ୟନ୍ତ ଖରାପ କରିଦେବ ବୋଲି ଉକ୍ତ ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି ।