ଏଚ୍ଡିଏଫସି ବ୍ୟାଙ୍କର ଦାୟିତ୍ୱ ଗ୍ରହଣ କଲେ ଶଶୀଧର ଜଗଦୀଶନ

ଏଚ୍ଡିଏଫସି ବ୍ୟାଙ୍କର ଦାୟିତ୍ୱ ଗ୍ରହଣ କଲେ ଶଶୀଧର ଜଗଦୀଶନ

ଏଚ୍ଡିଏଫସି ବ୍ୟାଙ୍କର ଦାୟିତ୍ୱ ଗ୍ରହଣ କଲେ ଶଶୀଧର ଜଗଦୀଶନ
ମୁମ୍ବାଇ : ଏଚ୍ଡିଏଫ୍ସି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଶଶୀଧର ଜଗଦୀଶନ । ଅଗଷ୍ଟ ୩ ତାରିଖରେ ଆରବିଆଇ ପକ୍ଷରୁ ଜଗଦୀଶନଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଥିବା ନେଇ ଏଚ୍ଡିଏଫ୍ସି ପକ୍ଷରୁ ଘୋଷଣା କରାଯାଇଛି । ବର୍ତ୍ତମାନ ବ୍ୟାଙ୍କର ଏମ୍ଡି ତଥା ସିଇଓ ଆଦିତ୍ୟ ପୁରୀଙ୍କ ସ୍ଥାନରେ ଜଗଦୀଶନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଆସନ୍ତା ଅକ୍ଟୋବର ୨୭ ତାରିଖରେ ପୁରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ନିକଟରେ ସମାପିତ ହୋଇଥିବା କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଜଗଦୀଶନଙ୍କ ନାମ ସୁପାରିଶ କରିଥିଲେ ଆଦିତ୍ୟ ପୁରୀ । ୧୯୯୬ରେ ଫାଇନାନ୍ସ ମ୍ୟାନେଜର ଭାବରେ ଯୋଗ ଦେଇଥିବା ଜଗଦୀଶନ ୨୦୦୮ରୁ ସିଏଫ୍ଓ ଭାବରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି ।