ରୁଷରୁ ତେଲ ଆମଦାନୀ ଭାରତ ଉପରେ କଟକଣା ନାହିଁ

ରୁଷରୁ ତେଲ ଆମଦାନୀ ଭାରତ ଉପରେ କଟକଣା ନାହିଁ

ରୁଷରୁ ତେଲ ଆମଦାନୀ  ଭାରତ ଉପରେ କଟକଣା  ନାହିଁ

ସିଂଟନ : ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ଆପତ୍ତି ସତ୍ତ୍ବେ ଭାରତ ରୁଷରୁ ତେଲ କିଣିବା ଜାରି ରଖିଛନ୍ତି । ଗତ ଅକ୍ଟୋବର ମାସରେ ରୁଷ ଭାରତର ନଂ୧ ତୈଳ ରପ୍ତାନିକାରୀରେ ପରିଣତ ହୋଇଛି । ଏହା ସତ୍ତ୍ବେ ଭାରତ ବିରୋଧରେ କୌଣସି କଟକଣା ଲଗାଯିବ ନାହିଁ ବୋଲି ଆମେରିକା କହିଛି ।ଆମେରିକା ପରରାଷ୍ଟ୍ର ବିଭାଗର ଜଣେ ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ପାକିସ୍ତାନୀ ଖବରକାଗଜ ଡନ୍ କହିଛି ଯେ ଯେଉଁ ଯେଉଁ ଦେଶ ରୁଷରୁ ତେଲ କିଣୁଛନ୍ତି ସେମାନଙ୍କ ଉପରେ କଟକଣା ଲଗାଇବାକୁ ଆମେରିକା ଚିନ୍ତା କରୁନାହିଁ । ରୁଷରୁ ତେଲ କିଣିବା ନ କିଣିବା ସଂପର୍କିତ ନିଷ୍ପତ୍ତି ସଂପୃକ୍ତ ଦେଶମାନଙ୍କ ଉପରେ ଛାଡ଼ିଦିଆଯାଇଛି । ସେମାନେ ନିଜର ପରିସ୍ଥିତି ଦେଖି ନିଷ୍ପତ୍ତି ନେଇପାରିବେ ।

ଆମେରିକା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ବିଶ୍ବ ତୈଳ ବଜାର ଉପରେ ପୁଟିନଙ୍କ ଯୁଦ୍ଧର ପ୍ରଭାବକୁ କମ କରିବାକୁ ଭାରତ, ୟୁରୋପୀୟ ସଂଘ ଓ ଅନ୍ୟ ଦେଶମାନଙ୍କ ସହ ମିଶି ଆମେରିକା କାମ କରିବ । ଅନ୍ତର୍ଜାତୀୟ ତୈଳ ବଜାର ଉପରେ ନଜର ରଖୁଥିବା ସଂସ୍ଥା ଭର୍ଟେକ୍ସା ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ମାସରେ ଭାରତ ୯୩୫,୫୫୬ ବ୍ୟାରେଲ ତେଲ ରୁଷରୁ କିଣିଛି । ଭାରତର ମୋଟ ତୈଳ ଆମଦାନୀର ୨୨ ପ୍ରତିଶତ ଏବେ ରୁଷରୁ ଆସୁଛି, ଯାହାକି ପୂର୍ବରୁ ୨ ପ୍ରତିଶତରୁ ବି କମ ଥିଲା ।