ସପ୍ତମ ସ୍ଥାନକୁ ଉଠିଲା ଓଡ଼ିଶା : "ନିତି ଆୟୋଗ' ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚୀ

ସପ୍ତମ ସ୍ଥାନକୁ ଉଠିଲା ଓଡ଼ିଶା : "ନିତି ଆୟୋଗ' ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚୀ

ସପ୍ତମ ସ୍ଥାନକୁ ଉଠିଲା ଓଡ଼ିଶା : "ନିତି ଆୟୋଗ' ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚୀ
ନୂଆଦିଲ୍ଲୀ/ଭୁବନେଶ୍ୱର : "ନିତି ଆୟୋଗ'ର ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚୀ (୨୦୧୬-୧୭ ଆଧାର ବର୍ଷ) ଆଜି ପ୍ରକାଶ ପାଇଛି । ଏହି ସୂଚୀରେ କେରଳ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି । ୨୦୧୫-୧୬ ଆଧାର ବର୍ଷରେ ଏହି ସୂଚୀରେ ଓଡ଼ିଶା ତ୍ରୟୋଦଶ ସ୍ଥାନରେ ଥିଲା । ୨୦୧୬-୧୭ ଆଧାର ବର୍ଷରେ ୬ ପଏଣ୍ଟ ଅଧିକ ପାଇ ଓଡ଼ିଶା ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି । ଓଡ଼ିଶା ୬୦.୨ ପ୍ରତିଶତ ନମ୍ବର ରଖି ତାଲିକାର ସପ୍ତମ ସ୍ଥାନରେ ରହିଛି । ଓଡ଼ିଶାର ଏଭଳି ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ବର୍ଷରେ ଏହି ସୂଚୀର ପ୍ରଥମ ତିନୋଟି ସ୍ଥାନରେ ରହିବାକୁ ଆଶା ପୋଷଣ କରିଛନ୍ତି । ଆଜି ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଅରୁମ୍ ଗମ୍ ଓଡ଼ିଶାର ଏ ସଫଳତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଥିବା ବେଳେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଆଗକୁ ଓଡ଼ିଶା କିଭଳି ପ୍ରଥମ ତିନୋଟି ସ୍ଥାନରେ ରହି ପାରିବ ସେ ନେଇ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।