ରିଲାଏନ୍ସ ଦେଶର ସର୍ବବୃହତ କମ୍ପାନୀ

ରିଲାଏନ୍ସ ଦେଶର ସର୍ବବୃହତ କମ୍ପାନୀ

ରିଲାଏନ୍ସ ଦେଶର ସର୍ବବୃହତ କମ୍ପାନୀ
ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଦେଶର ସର୍ବବୃହତ କମ୍ପାନୀରେ ପରିଣତ ହୋଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ୬.୨୩ ଲକ୍ଷ କୋଟିର ରାଜସ୍ୱ ସଂଗ୍ରହ କରି ଏ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରିଛି । ତେବେ ଆଇଓସିଏଲର ମୋଟ ରାଜସ୍ୱ ଏହି ସମୟରେ ୬.୧୭ ଲକ୍ଷ କୋଟି ଟଙ୍କା ରହିଛି । କେବଳ ରାଜସ୍ୱ ସଂଗ୍ରହ ନୁହେଁ, ଲାଭ କ୍ଷେତ୍ରରେ ମଧ୍ୟ ଆଇଓସିଏଲଠାରୁ ରିଲାଏନ୍ସ ଆଗରେ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଏକ ଦଶନ୍ଧି ପୂର୍ବେ ମୁକେଶ ରିଲାଏନ୍ସ ବ୍ୟବସାୟ ଦୃଷ୍ଟିରୁ ଆଇଓସିଏଲ ତୁଳନାରେ ପ୍ରାୟ ଅଧାଅଧି ଥିଲା । କିନ୍ତୁ ବ୍ୟବସାୟୀଙ୍କୁ ରିଲାଏନ୍ସ ବିଭିନ୍ନ କ୍ଷେତ୍ରକୁ ପ୍ରସାରିତ କରିବା ଫଳରେ ଏହାର ଆକାର ବଢ଼ିବାରେ ଲାଗିଛି ।