ବଢିଲା ଡିଜେଲ୍-ପେଟ୍ରୋଲ ଦର

ବଢିଲା ଡିଜେଲ୍-ପେଟ୍ରୋଲ ଦର

ବଢିଲା ଡିଜେଲ୍-ପେଟ୍ରୋଲ ଦର
ଭାରତରେ କରୋନା ମହାମାରୀ ପାଇଁ ସାରାଦେଶରେ ମେ ୧୭ଯାଏ ଲକ୍‌ଡାଉନ୍‌ ଜାରି ରହିଛି । ସେନେଇ ସାରାବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଛି । ଆଉ ବହୁମାତ୍ରାରେ ରାଜସ୍ୱ କ୍ଷତି ସହିବାକୁ ପଡୁଛି । ତେବେ ଦିଲ୍ଲୀ ସରକାର ରାଜସ୍ୱ ଆଦାୟ କରିବା ପାଇଁ ମଦ ଉପରେ ୭୦ପ୍ରତିଶତ ଶୁଳ୍କ ବୃଦ୍ଧି କରିଛିନ୍ତି । ଏହାପରେ ଦିଲ୍ଲୀ ସରକାର ଆଜିଠାରୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଭାଟ୍ ବୃଦ୍ଧି କରିଛନ୍ତି। ଏହି ଭାଟ୍‌ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧.୬୭ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୭.୧୦ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀ ସରକାର ପେଟ୍ରୋଲ ଉପରେ ଭ୍ୟାଟ୍ ହାରକୁ ବର୍ତ୍ତମାନର ୨୭ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏହି କାରଣରୁ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧.୬୭ ଟଙ୍କା ବୃଦ୍ଧି ପାଇଛି। ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୭.୧୦ ଟଙ୍କା ବୃଦ୍ଧି ପାଇଛି।