ବିଏସ୍-୪ ଯାନ ପଞ୍ଜୀକରଣ ଉପରେ ସର୍ବୋଚ୍ଚ କୋର୍ଟଙ୍କ ରୋକ୍

ବିଏସ୍-୪ ଯାନ ପଞ୍ଜୀକରଣ ଉପରେ ସର୍ବୋଚ୍ଚ କୋର୍ଟଙ୍କ ରୋକ୍

ବିଏସ୍-୪ ଯାନ ପଞ୍ଜୀକରଣ ଉପରେ ସର୍ବୋଚ୍ଚ କୋର୍ଟଙ୍କ ରୋକ୍
ନୂଆଦିଲ୍ଲୀ : ବିଏସ୍ -୪ ଯାନର ପଞ୍ଜୀକରଣ ଉପରେ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ରୋକ୍ ଲଗାଯାଇଛି । ଲକ୍ଡାଉନ୍ ସମୟରେ ଅନୁମତି ଠାରୁ ଅଧିକ ସଂଖ୍ୟକ ଗାଡି ବିକ୍ରି କରାଯାଇଥିବା କାରଣରୁ ସର୍ବୋଚ୍ଚ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଲକ୍ଡାଉନ୍ ସମୟରେ ୧.୦୫ ଲକ୍ଷ ବିଏସ୍-୪ ମଡେଲର ଗାଡି ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏହି ସମୟରେ ୨.୫୫ ଲକ୍ଷ ୟୁନିଟ୍ ଗାଡି ବିକ୍ରି କରାଯାଇଛି । ଏହି ଗାଡି ଗୁଡିକ ମଧ୍ୟରୁ ୧୭ ହଜାର ଗାଡି ଇ ବାହାନ ଆପ୍ରେ ମଧ୍ୟ ପଞ୍ଜୀକୃତ ହୋଇନାହିଁ । ଜଷ୍ଟିସ ଅରୁଣ ଶର୍ମାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିବା ସହିତ ଅଗଷ୍ଟ ୧୩ରେ ପରବର୍ତ୍ତୀ ଶୁଣାଣିର ତାରିଖ ଧାର୍ଯ୍ୟ କରିଛନ୍ତି । ତେବେ ଉକ୍ତ ସମୟ ମଧ୍ୟରେ ବିଏସ୍-୪ ଯାନ ପଞ୍ଜୀକରଣ ଉପରେ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ରୋକ୍ ଲଗାଯାଇଛି ।