ଆସନ୍ତା ମାସରୁ ହୋଣ୍ଡା କାର ମହଙ୍ଗା
ଆସନ୍ତା ମାସରୁ ହୋଣ୍ଡା କାର ମହଙ୍ଗା

ନୂଆଦିଲ୍ଲୀ: ଜାପାନଭିତ୍ତିକ କାର ନିର୍ମାତା ହୋଣ୍ଡା ଆସନ୍ତା ମାସରୁ ଏହାର ତମାମ ମଡେଲ କାରର ଦାମ ବଢ଼ାଇବାକୁ ଯୋଜନା କରିଛି । ଉପôାଦନରେ ବ୍ୟବହୃତ ସାମଗ୍ରୀଗୁଡ଼ିକର ସଂଗ୍ରହଣ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ କମ୍ପାନୀ ଏଭଳି ପଦକ୍ଷେପ ନେବ ବୋଲି ଜଣାପଡ଼ିଛି । ଇସ୍ପାତ ଓ ମୂଲ୍ୟବାନ ଧାତୁ ଦର ବଢ଼ିବା ଯୋଗୁ ହୋଣ୍ଡା କାର ଉପôାଦନ ଖର୍ଚ୍ଚ ବଢ଼ିବାକୁ ଲାଗିଥିବା ଏହାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ହୋଣ୍ଡା କାରସ ଇଣ୍ଡିଆର ବରିଷ୍ଠ ଉପସଭାପତି ତଥା ନିଦେ୍ର୍ଧଶକ (ବିପଣନ ଓ ବିକି୍ର) ରାଜେଶ ଗୋଏଲ କହିଛନ୍ତି, ଇସ୍ପାତ, ଆଲୁମିନିୟମ ଓ ଅନ୍ୟ ମୂଲ୍ୟବାନ ଧାତୁ ଭଳି କଞ୍ଚାମାଲାର ଦର ବୃଦ୍ଧି ପାଇଛି । ତନ୍ମଧ୍ୟରୁ କିଛି ସାମଗ୍ରୀ ଦର ସର୍ବକାଳୀନ ରେକର୍ଡ ସ୍ତର ହୋଇଛି । ଏହା ଦ୍ୱାରା କମ୍ପାନୀର ଉପôାଦନ ଖର୍ଚ୍ଚ ଆଖିଦୃଶିଆ ଭାବେ ବଢ଼ିଛି । ତେବେ କମ୍ପାନୀ କେତେ ପରିମାଣର ଦର ବୃଦ୍ଧି କରିବ ସେ ବାବଦରେ ବିଚାର କରାଯାଉଛି ।