ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ‘ୱାନ ର୍ୟାଙ୍କ ୱାନ ପେନସନ୍’
ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ‘ୱାନ ର୍ୟାଙ୍କ ୱାନ ପେନସନ୍’
admin
Nov 11, 2020 - 10:18
Updated: Nov 11, 2020 - 10:18
ମୁମ୍ବାଇ : ଏଣିକି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଲାଗୁ କରାଯିବ ୱାନ ର୍ୟାଙ୍କ ୱାନ ପେନସନ । ସମସ୍ତ ପିଏସୟୁ ବ୍ୟାଙ୍କରେ ଏହି ବ୍ୟବସ୍ଥା ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ କେବଳ ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଯବାନଙ୍କ ପାଇଁ ଏହି ବ୍ୟବସ୍ଥା ରହିଥିଲା । ଏହି ବ୍ୟବସ୍ଥା ଅନୁଯାୟୀ ଯେଉଁ ସମୟରେ ଅବସର ଗ୍ରହଣ କରିଥିଲେ ମଧ୍ୟ ସମାନ ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଦେ୍ର୍ଧଶ ଦେଇଛନ୍ତି । ଏହି ବ୍ୟବସ୍ଥା ଲାଗୁ ହେଲେ ପୂର୍ବରୁ ଅବସର ଗ୍ରହଣ କରିଥିବା ଲକ୍ଷାଧିକ କର୍ମଚାରୀ ଉପକୃତ ହୋଇ ପାରିବେ । ସେହିପରି ପରିବାରକୁ ମିଳୁଥିବା ପେନସନ ରାଶି ଉପରେ ମଧ୍ୟ ସମୀକ୍ଷା କରିବା ପାଇଁ ଅର୍ଥମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ସରକାରୀ ଚାକିରିରେ ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ସମ୍ପୂର୍ଣ୍ଣ ପେନସନ ରାଶି ପ୍ରଦାନ କରାଯାଉଥିବା ବେଳେ ବ୍ୟାଙ୍କିଂ ବ୍ୟବସ୍ଥାରେ ମଧ୍ୟ ସମାନ ନୀତି ଆପଣେଇବା ପାଇଁ ସମୀକ୍ଷା କରିବାକୁ ଅର୍ଥମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଆଜି ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।
ଉଲ୍ଲେଖଯୋଗ୍ୟ ଯେ, ୧୯୯୦ ମସିହାରେ ଅବସର ଗ୍ରହଣ କରିଥିବା ଜଣେ କର୍ମଚାରୀ ପାଉଥିବା ପେନସନ ୨୦୦୦ ମସିହାରେ ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କ ଠାରୁ କମ । ୨୦୦୦ ରେ ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କ ପେନସନ ୨୦୧୦/୨୦୨୦ରେ ଅବସର ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଠାରୁ କମ । ତେଣୁ ଏହି ପାତରଅନ୍ତର ବ୍ୟବସ୍ଥାକୁ ଦୂର କରିବା ପାଇଁ ୱାନ ର୍ୟାଙ୍କ ୱାନ ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।