ରାଜ୍ୟରେ କ୍ଷତି ୩୫,୦୦୦ କୋଟି ଛୁଇଁଲା

ରାଜ୍ୟରେ କ୍ଷତି ୩୫,୦୦୦ କୋଟି ଛୁଇଁଲା

ରାଜ୍ୟରେ କ୍ଷତି ୩୫,୦୦୦ କୋଟି ଛୁଇଁଲା
ଭୁବନେଶ୍ୱର: କୋଭିଡ-୧୯ ଯୋଗୁ ଦେଶରେ ଲାଗୁ କରାଯାଇଥିବା ଲକଡାଉନ ପ୍ରଭାବ ଦେଶର ଖୁଚୁରା ବଜାର ଉପରେ ପଡ଼ିଛି । ଦୀର୍ଘ ୬୦ ଦିନ ଧରି ଲକଡାଉନ ପାଇଁ ଲାଗୁ କରାଯାଇଥିବା କଟକଣା ଖୁଚୁରା ବଜାର କାରବାରକୁ ଦୋହଲାଇ ଦେଇଛି । ଏଥିପାଇଁ ଏହି ଛୋଟ ଛୋଟ ବ୍ୟବସାୟୀଙ୍କୁ ସହିବାକୁ ପଡ଼ିଛି କୋଟି କୋଟି ଟଙ୍କା । ଏହି ସମୟରେ ଦେଶରେ ୯ ଲକ୍ଷ କୋଟି ଟଙ୍କାର ଖୁଚୁରା କାରବାର କ୍ଷତି ହୋଇଥିବା ବେଳେ ରାଜ୍ୟରେ ଏହି ପରିମାଣ ୩୫,୦୦୦ କୋଟି ଟଙ୍କା ଛୁଇଁଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୋଟ ଘରୋଇ ଉତ୍ପାଦ (ଜିଏସଟି) ରାଜସ୍ୱ ବାବଦରେ ସହିବାକୁ ପଡ଼ିଛି ବହୁ କୋଟି ଟଙ୍କାର କ୍ଷତି । ଏଥିରେ କେବଳ ରାଜ୍ୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୨ କୋଟି ଲୋକ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି । ଲକଡାଉନ ଯୋଗୁଁ ଦେଶରେ ବିଗତ ୬୦ ଦିନ ମଧ୍ୟରେ ଖୁଚୁରା କାରବାର ପ୍ରାୟ ୯ ଲକ୍ଷ କୋଟି ଟଙ୍କାର କ୍ଷତି ପହଞ୍ଚିଛି । ସମୟକ୍ରମେ କାରବାର କ୍ଷେତ୍ରରେ କେନ୍ଦ୍ର ସରକାର ପରୋକ୍ଷ ଭାବେ ୨ କୋଟି ଖୁଚୁରା ବ୍ୟବସାୟୀ ନିଜର ଜୀବନ ଜୀବିକାକୁ ନେଇ ପ୍ରଭାବିତ ହୋଇଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ରାଜ୍ୟ ସଭାପତି ସୁଧାକର ପଣ୍ଡା କହିଛନ୍ତି ।