ମହଙ୍ଗା ହେବ ବୀମା ପ୍ରିମିୟମ....

ମହଙ୍ଗା ହେବ ବୀମା ପ୍ରିମିୟମ....

ମହଙ୍ଗା ହେବ ବୀମା ପ୍ରିମିୟମ....
ନୂଆଦିଲ୍ଲୀ: ବଢ଼ିବ ବୀମା ପ୍ରିମିୟମ । ଆସନ୍ତା ୩ ରୁ ୬ ମାସ ମଧ୍ୟରେ ଦେଶରେ ଅବଧିଯୁକ୍ତ ବୀମା ପଲିସିଗୁଡ଼ିକର ପ୍ରିମିୟମରେ ବୃଦ୍ଧି ଘଟିବାକୁ ଯାଉଛି । ତେଣୁ ପୁଣି ଥରେ ବୀମାକାରୀଙ୍କ ପାଇଁ ଖୁବ ଶୀଘ୍ର ବୀମା ପ୍ରିମିୟମ ମହଙ୍ଗା ହେବ । ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଚଳିତ ବର୍ଷ ଅବଧିଯୁକ୍ତ ବୀମା ପଲିସିଗୁଡ଼ିକର ପ୍ରିମିୟମରେ ବୃଦ୍ଧି ପରିମାଣ ମୋଟ ୨୦-୪୦% ରେ ପହଞ୍ଚିବ । ଏ ସମ୍ପର୍କରେ କ୍ଷେତ୍ର ସହ ଜଡ଼ିତ ବ୍ରୋକରମାନେ କୁହନ୍ତି, ଆସନ୍ତା ୩-୬ ମାସ ମଧ୍ୟରେ ବୀମା ପ୍ରିମିୟମ ପରିମାଣରେ ବୃଦ୍ଧି ଆଶା କରଯାଉଛି । ଗତ ମାସରେ ଜୀବନ ବୀମା କମ୍ପାନୀଗୁଡ଼ିକ ସେମାନଙ୍କର ଅବଧିଯୁକ୍ତ ବୀମା ଯୋଜନା ଗୁଡ଼ିକର ପ୍ରିମିୟମରେ ୨୦% ବୃଦ୍ଧି ଘଟାଇଥିଲେ । ଏହା ଫଳରେ ଏଚଡିଏଫସି ଲାଇଫ ଇନ୍‍ସ୍ୟୁରାନ୍ସ ଟାଇ ଏଆଇଏ ଲାଇଫ ଇନସ୍ୟୁରାନ୍ସ, ମ୍ୟାକ୍ସ ଲାଇଫ ଇନସ୍ୟୁରାନ୍ସ ଭଳି କମ୍ପାନୀ ଗତ ଏପ୍ରିଲ ୧୦ ଠାରୁ ବୀମା ପ୍ରିମିୟମରେ ବୃଦ୍ଧି ଘଟାଇଛନ୍ତି ।