ସ୍ନାନଯାତ୍ରା ପହଣ୍ଡିରେ ୧୫୦ ଜଣ ଦଇତାପତି ସେବକ ରହିବେ ।
ସ୍ନାନଯାତ୍ରା ପହଣ୍ଡିରେ ୧୫୦ ଜଣ ଦଇତାପତି ସେବକ ରହିବେ ।
admin
May 25, 2020 - 10:31
Updated: May 25, 2020 - 10:31
ସାରା ବିଶ୍ୱରେ କରୋନା ଏବେ ତାଣ୍ଡବ କରୁଥିବାବେଳେ ରାଜ୍ୟରେ ମଧ୍ୟ ପ୍ରଭାବ ଜାରୀ ରହିଛି । କରୋନା ମୁକାବିଲା ପାଇଁ ସରକାର ବହୁ କଟକଣା ଜାରୀ କରିଛନ୍ତି । ଏବେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ମଧ୍ୟ ସମାନ କଟକଣା ରହିବ । ନିଡାମ୍ବରରେ ସମସ୍ତ ଦେବାଦେବୀ କାର୍ଯ୍ୟ ସମ୍ପନ୍ନ କରିବା ନେଇ ସରକାର ନିଦେ୍ର୍ଧଶ ଦେଇଛନ୍ତି । ତେବେ ମହାମାରୀ କରୋନା ପାଇଁ ଚଳିତ ବର୍ଷ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା କମ୍ ଦଇତାପତି ସେବାୟତରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏଣୁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡ ପାଇଁ ୧୫୦ ଜଣ ଦଇତାପତି ସେବାୟତ ରହିବେ ବୋଲି କହିଛନ୍ତି ଦଇତାପତି ବିନାୟକ ଦାସମହାପାତ୍ର ।
ସେ କହିଛନ୍ତି ଚଳିତ ବର୍ଷ କରୋନା କଟକଣା ପାଇଁ ମହାପ୍ରଭୁଙ୍କ ପହଣ୍ଡିରେ ୧୫୦ ଦଇତାପତି ସେବାୟତ ନିଯୋଜିତ ରହିବେ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସହ ୧୫୦ ଜଣ ସେବାୟତ ରହିବେ । ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ ୫୦ ଜଣ ସେବକ ରହିବେ, ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଦଇତାପତି ରହିବେ ।