ଆଜି ହେଉଛି ଦାନ ଓ ଧର୍ମର ପର୍ବ ଇଦ-ଉଲ-ଫିତର

ଆଜି ହେଉଛି ଦାନ ଓ ଧର୍ମର ପର୍ବ ଇଦ-ଉଲ-ଫିତର

ଆଜି ହେଉଛି ଦାନ ଓ ଧର୍ମର ପର୍ବ ଇଦ-ଉଲ-ଫିତର
ଭଦ୍ରକ: ଆଜି ହେଉଛି ଦାନ ଓ ଧର୍ମର ପର୍ବ ଇଦ-ଉଲ-ଫିତର। ମହାମାରୀ କରୋନା କଟକଣା ପାଇଁ ନିରାଡମ୍ବର ଭାବେ ପାଳିତ ହେଉଛି ଇଦ-ଉଲ-ଫିତର । ଭଦ୍ରକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ତରଫରୁ କୋଭିଡ କଟକଣା ଜାରି ହୋଇଥିବାରୁ ଏଥର ନିରାଡମ୍ବର ଭାବେ ଏହାକୁ ପାଳନ କରାଯାଉଛି। ଏଥର କଟକଣା ପାଇଁ ଭଦ୍ରକ ସହରର ଇଦଗାହା ଠାରେ ସାମୂହିକ ନମାଜ ପାଠ ହେଉ ନାହିଁ । ବିଧି ଅନୁଯାୟୀ ପ୍ରଶାସନିକ ଅନୁମତି ଯୋଗୁଁ ମାତ୍ର ୫ ଜଣ ନମାଜ ପାଠ କରିଛନ୍ତି । ସମସ୍ତ ମସଜିଦରେ ମଧ୍ୟ ଅନୁରୂପ ଭାବେ ଇଦ-ଉଲ-ଫିତର ପାଳିତ ହେଉଛି । ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ ପୂର୍ବରୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ରୋଜା ରଖନ୍ତି । ରାତିରେ ଅତିରିକ୍ତ ନମାଜ ପଢିବା ସହ ତରାବି ପଢନ୍ତି । ମାସେ କାଳ ରୋଜା ରଖିବା ପରେ ଶେଷ ଦିନ ଇଫତାର କରନ୍ତି ।