ଜାନୁଆରୀ ପହିଲାରୁ ଫାସ ଟ୍ୟାଗ ବାଧ୍ୟତାମୂଳକ

ଜାନୁଆରୀ ପହିଲାରୁ ଫାସ ଟ୍ୟାଗ ବାଧ୍ୟତାମୂଳକ

ଜାନୁଆରୀ ପହିଲାରୁ ଫାସ ଟ୍ୟାଗ ବାଧ୍ୟତାମୂଳକ
ନୂଆଦିଲ୍ଲୀ : ଜାନୁଆରୀ ପହିଲାରୁ ଫାସ ଟ୍ୟାଗ ବାଧ୍ୟତାମୂଳକ କରାଯାଇଛି । ଗୁରୁବାର ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସ୍ପଷ୍ଟ କରିଛନ୍ତି । ଟୋଲ ଗେଟରେ ଭିଡ଼ ହ୍ରାସ ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି । ସବୁ ଗାଡ଼ି ପାଇଁ ଏହା ବାଧ୍ୟତାମୂଳକ କରାଯିବ । ୨୦୧୬ରେ ଫାସ ଟ୍ୟାଗ ଆରମ୍ଭ ହୋଇଥିଲା । ପ୍ରଥମ ବର୍ଷ ମାତ୍ର ଲକ୍ଷେ ଗାଡ଼ିରେ ଏହି ଫାସ ଟ୍ୟାଗ ଲାଗିଥିଲା । କିନ୍ତୁ ୨୦୧୮ ବେଳକୁ ତାହା ୩୪ ଲକ୍ଷକୁ ବୃଦ୍ଧି ପାଇଥିଲା । ଚାରିଚକିଆ ଗାଡ଼ି ପାଇଁ ଜାନୁଆରୀ ପହିଲାରୁ ଫାସଟ୍ୟାଗ ବାଧ୍ୟତାମୂଳକ କରିବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା । ଅର୍ଥାତ ସୋରୁମରୁ ଗାଡ଼ି ବାହାରିବା ମାତ୍ରେ ହିଁ ଏହି ଫାସଟ୍ୟାଗ ଲଗାଯିବ । ଏହାଛଡ଼ା ୨୦୧୭ ପୂର୍ବରୁ କିଣାଯାଇଥିବା ଗାଡ଼ିରେ ବି ଏହା ବାଧ୍ୟତାମୂଳକ ହେବ । ଏପରିକି ଫାସ ଟ୍ୟାଗ ଲାଗିବା ପରେ ହିଁ ଗାଡ଼ିଗୁଡ଼ିକର ଫିଟନେସ ସାର୍ଟିଫିକେଟ ନବୀକରଣ କରାଯିବ ବୋଲି ନୂତନ ଆଇନରେ ଉଲ୍ଳେଖ ରହିଛି ।