ଶ୍ରୀମନ୍ଦିର ଦର୍ଶନ ପାଇଁ କଡା ସୁରକ୍ଷା

ଶ୍ରୀମନ୍ଦିର ଦର୍ଶନ ପାଇଁ କଡା ସୁରକ୍ଷା

 ଶ୍ରୀମନ୍ଦିର ଦର୍ଶନ ପାଇଁ କଡା ସୁରକ୍ଷା
ଭୁବନେଶ୍ୱର:ଆସନ୍ତାକାଲି ଠାରୁ ପୁରୀବାସୀଙ୍କ ଶ୍ରୀନ୍ଦିର ଦର୍ଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଡା ସୁରକ୍ଷା ନେଇ କେନ୍ଦ୍ରାଂଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି । ଏସପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେହିପରି ୨ ଅତିରିକ୍ତ ଏସପି, ୬ ଡିଏସପି, ୯ ଇନସ୍ପେଟର ମୁତୟନ ରହିବେ । ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି କିଓସ୍କ ହୋଇଛି । କିଓସ୍କରେ ଫଟୋ ଉତୋଳନ ସହ ପରିଚୟପତ୍ର ଦେଖି ଭକ୍ତଙ୍କୁ ଛଡାଯିବ । ୱାର୍ଡ ୱାରୀ ବ୍ୟବସ୍ଥା ଦ୍ୱାରା ପୁରୀବାସୀ ଦର୍ଶନ କରିବେ । କୋଭିଡ ନିୟମ ମାନି ଭକ୍ତମାନେ ଦର୍ଶନ କରିବେ ।