ବଢିଲା ଏଲପିଜି ଦର

ବଢିଲା ଏଲପିଜି ଦର

ବଢିଲା ଏଲପିଜି ଦର
ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ରାଷ୍ଟ୍ରାୟତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆଜି ଉଭୟ ରିଆତି ଏବଂ ଅଣ-ରିଆତି ଏଲପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି । ଏହାଫଳରେ ରାଜଧାନୀ ଭୁବନେଶ୍ୱରରେ ରିଆତି ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ୧ ଟଙ୍କା ୨୩ ପଇସା ବୃଦ୍ଧି ଘଟି ୫୦୮ ଟଙ୍କା ୨୫ ପଇସା ହୋଇଛି । ସୂଚନାଯୋଗ୍ୟ ସମ୍ପ୍ରତି ଏହା ସିଲିଣ୍ଡର ପିଛା ୫୦୭ ଟଙ୍କା ୦୨ ପଇସା ରହିଛି । ଏହା ଫଳରେ ବଜାରରେ ରନ୍ଧନ ଗ୍ୟାସ ମହଙ୍ଗା ହୋଇଛି । ନୂଆ ଦର ଶୁକ୍ରବାରଠାରୁ ଲାଗୁ କରାଯାଇଛି । ସେହିଭଳି ଅଣରିଆତି ସିଲିଣ୍ଡର ପିଛା ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି କରାଯାଇଥିବା ଭାରତୀୟ ତୈଳ ନିଗମ ପକ୍ଷରୁ କୁହାଯାଇଛି ।