କେନ୍ଦ୍ର-ରାଜ୍ୟ ଅର୍ଥ ସମନ୍ୱୟ ବୈଠକ

କେନ୍ଦ୍ର-ରାଜ୍ୟ ଅର୍ଥ ସମନ୍ୱୟ ବୈଠକ

କେନ୍ଦ୍ର-ରାଜ୍ୟ ଅର୍ଥ ସମନ୍ୱୟ ବୈଠକ
ଭୁବନେଶ୍ୱର: ରାଜ୍ୟ ଅତିଥି ଭବନରେ କେନ୍ଦ୍ର-ରାଜ୍ୟ ସମନ୍ୱୟ ବୈଠକ ହୋଇଯାଇଛି । ଏହି ବୈଠକରେ ବ୍ୟାଙ୍କ, ବୀମା, ଟେଲିକମ, ଆରବିଆଇ, ଏସଏଲବିସି ଅଧିକାରୀ ସାମିଲ ହୋଇଛନ୍ତି । ଅର୍ଥ ମନ୍ତ୍ରାଳୟ ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା, ଅର୍ଥ ସଚିବ ଅଶୋକ ମିନା ମଧ୍ୟ ସାମିଲ ହୋଇଛନ୍ତି । ସମନ୍ୱୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ସଚିବ ଦେବାଶିଷ ପଣ୍ଡା, ଅଶୋକ ମିନା । ୬ଟି ଜିଲ୍ଲାରେ ୧୯୯୨ଟି ଶାଖାରୁ ୧୯୩୪ ଶାଖା କାର୍ଯ୍ୟକ୍ଷମ ହେଉଛି । ୨୯୨୧ ଏଟିଏମରୁ ୨ ହଜାରରୁ ଉର୍ଦ୍ଧ କାର୍ଯ୍ୟ କରୁଛି । କେବଳ କୋପରେଟିଭ ଓ ଗ୍ରାମୀଣ ବ୍ୟାଙ୍କ ଏଟିଏମ କାର୍ଯ୍ୟ କରୁନି ବୋଲି କହିଛନ୍ତି । ଏମଏସଏଇ, କୃଷି, ବ୍ୟବସାୟ ଓ ବ୍ୟକ୍ତିଗତ ଋଣକୁ ରୁରୁତ୍ୱ ଦେବାକୁ କହିଛନ୍ତି । ବୀମା କଂପାନୀ ମାନେ ମଧ୍ୟ ଶୀଘ୍ର ପ୍ରାପ୍ୟ ଅର୍ଥ ପ୍ରଦାନ କରନ୍ତୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।