ହଠାତ କମିଗଲା ସୁନା ଦର, ଜାଣନ୍ତୁ କେତେ!

ହଠାତ କମିଗଲା ସୁନା ଦର, ଜାଣନ୍ତୁ କେତେ!

ହଠାତ କମିଗଲା ସୁନା ଦର, ଜାଣନ୍ତୁ କେତେ!
ଭୁବନେଶ୍ୱର : ଭାରତୀୟ ବଜାରରେ ଲଗାତର ସୁନା ଓ ରୂପା ଦାମ କମିବାରେ ଲାଗିଛି । ୪ ମାସ ତଳେ ସୁନା ଦର ଯେତିକି ଥିଲା ତାହା ୭ ହଜାର ଟଙ୍କା କମିଯାଇଛି । ଗତ ତିନି ସପ୍ତାହ ଧରି ସୁନା ଦାମ ପ୍ରାୟ ୪ ହଜାର ହ୍ରାସ ପାଇଛି । ଅଗଷ୍ଟ ୧୦ରେ ୨୪ କ୍ୟାରେଟ ସୁନା ଦର ୫୬ ହଜାର ଟଙ୍କା ହୋଇଥିବାବେଳେ ଏବେ ତାହାର ମୂଲ୍ୟ ୪୮୯୦୦ ଟଙ୍କା ହୋଇଛି । ଦୀପାବଳି ଓ ଧନତେରସ ଯିବା ପରେ ସୁନାର ଚାହିଦା ହଠାତ କମିଯାଇଛି । ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲରୀ ସଂଘର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୪୭୫ ଟଙ୍କା ହ୍ରାସ ପାଇଛି । ଅପରପକ୍ଷରେ ରୂପା ଦର ୧୪୧୭ ଟଙ୍କା କମିଯାଇଛି । ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବିଶ୍ୱର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି । ଫଳରେ ଲୋକମାନେ ଷ୍ଟକ ବଜାର ଅପେକ୍ଷା ସୁନା ଉପରେ ନିବେଶ କରିଥିଲେ । ଯେଉଁଥିପାଇଁ କରୋନା କାଳରେ ସୁନା ଦର ହୁ ହୁ ହୋଇ ବଢ଼ି ଚାଲିଥିଲା । କିନ୍ତୁ ଏବେ ଧିରେଧିରେ ଆର୍ଥିକ ସ୍ଥିତି ସୁଧୁରିବା ଆରମ୍ଭ କରିଛି । ଷ୍ଟକ ବଜାରରେ ବି ନିବେଶକମାନଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି । ସେହିପରି ବିବାହ, ଧନତେରସ ପାଇଁ ଲୋକମାନେ ବିପୁଳ ସୁନା କ୍ରୟ କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଚାହିଦା ନଥିବାରୁ ସୁନା ଦର କମିଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।