ଦିନକରେ ହରାଇଲେ ୨ ଲକ୍ଷ କୋଟି

ଦିନକରେ ହରାଇଲେ ୨ ଲକ୍ଷ କୋଟି

ଦିନକରେ ହରାଇଲେ ୨ ଲକ୍ଷ କୋଟି
ନୂଆଦିଲ୍ଲୀ : ଲଗାତାର ୩ ଦିନ ଧରି ସେନସେକ୍ସ ଲାଭରେ ଚାଲିଥିବା ବେଳେ ଆଜି ଗୋଟିଏ ଦିନରେ ନିବେଶକ ହରାଇଛନ୍ତି ୨ ଲକ୍ଷ କୋଟି । ବୁଧବାର ଦିନ ସେନସେକ୍ସ ୬୯୪ ପଏଣ୍ଟ ତଳକୁ ଖସିଥିବା ବେଳେ ନିବେଶକ ମାନେ ପ୍ରାୟ ୨.୨୪ ଲକ୍ଷ କୋଟି ହରାଇଥିଲେ । ସେନସେକ୍ସରେ ୧.୫୬ ପ୍ରତିଶତର ହ୍ରାସ ଘଟିଥିଲା । ବିଏସଇ ଲିଷ୍ଟେଡ କମ୍ପାନୀ ମାନେ ପ୍ରାୟ ୨,୨୪,୯୭୮.୩୩ କୋଟି ହରାଇଥିବା ବେଳେ ମାର୍କେଟ କ୍ୟାପିଟା ୧,୭୨,୫୬,୯୪୨.୯୫ କୋଟି ରହିଥିଲା । ଆଜି ପ୍ରାୟ ସମସ୍ତ ଅଂଶଧନ କ୍ଷତି ସହିଥିବା ବେଳେ କୋଟାକ ବ୍ୟାଙ୍କର ଅଂଶଧନ ମୂଲ୍ୟରେ ସର୍ବାଧିକ ହ୍ରାସ ଘଟିଥିଲା । ଏହା ବ୍ୟତିତ ଆକ୍ସିସ ବ୍ୟାଙ୍କ, ସନ ଫାର୍ମା, ଏଚଡିଏଫସି ବ୍ୟାଙ୍କ, ବଜାଜ ଫାଇନାନ୍ସ ଏବଂ ଏସିଆନ ପେଣ୍ଟସର ଅଂଶଧନ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ବିଏସଇ ଲିଷ୍ଟେଡ ମଧ୍ୟମ ବର୍ଗୀୟ କମ୍ପାନୀ ଗୁଡିକ ଏହି ସମୟରେ ୧.୭୬ ପ୍ରତିଶତ କ୍ଷତି ସହିଛନ୍ତି । ତେବେ ଓଏନଜିସି, ପାୱାର ଗ୍ରୀଡ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ଅଂଶଧନ ଲାଭରେ ରହିଥିଲା । ଆଜିର ଟ୍ରେଡିଂ ଦିବସ ଶେଷରେ ବିଏସଇ ଅନ୍ତର୍ଗତ ୧୬୬୨ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଥିବା ବେଳେ ୧୧୨୬ଟି କମ୍ପାନୀର ଅଂଶଧନ ମୂଲ୍ୟରେ ବୃଦ୍ଧି ଘଟିଛି । ୧୭୬ଟି ମିଡ କ୍ୟାପ କମ୍ପାନୀର ଅଂଶଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନାହିଁ । ତେବେ ପେଟ୍ରୋଲିୟମ ଏବଂ ଗ୍ୟାସର ଅଂଶଧନ ମୂଲ୍ୟ ଉପରେ ରହିଥିଲା ।