ଫୋନି ପ୍ରଭାବିତ ଗ୍ରାହକଙ୍କୁ ଏକ୍ସିସ୍ ବ୍ୟାଙ୍କର ରିହାତି

ଫୋନି ପ୍ରଭାବିତ ଗ୍ରାହକଙ୍କୁ ଏକ୍ସିସ୍ ବ୍ୟାଙ୍କର ରିହାତି

ଫୋନି ପ୍ରଭାବିତ ଗ୍ରାହକଙ୍କୁ ଏକ୍ସିସ୍  ବ୍ୟାଙ୍କର ରିହାତି
ଭୁବନେଶ୍ୱର : ଦେଶର ତୃତୀୟ ବୃହତ ଘରୋଇ ବ୍ୟାଙ୍କ ,ଏକ୍ସିସ୍ ବ୍ୟାଙ୍କ ବାତ୍ୟା ଫୋନି ପ୍ରଭାବିତ ଅଂଚଳର ଗ୍ରାହକଙ୍କ ପେମେଂଟ ଅବଧି ୧ ମାସ କୋହଳ କରିଛି । ଏହାଛଡା ସେମାନଙ୍କ ପାଇଁ ବ୍ୟାଙ୍କ ବିଭିନ୍ନ ଦେୟ ମଧ୍ୟ ଛାଡ କରିଛି । ଏକ୍ସିସ୍ ବ୍ୟାଙ୍କ ସଭାପତି ଓ ଶାଖା ବ୍ୟାଙ୍କିଙ୍ଗ ମୁଖ୍ୟ ରବି ନାରାୟଣନ୍ ଶନିବାର ଏହି ସୂଚନା ଦେଇଛନ୍ତି । ଶ୍ରୀ ନାରାୟଣନ୍ କହିଛନ୍ତି , ବାତ୍ୟା ଦ୍ୱାରା ଓଡିଶାର ଉପକୂଳ ଅଂଚଳ ବହୁମାତ୍ରାରେ ପ୍ରଭାବିତ ହୋଇଛି । ଏକ ଦାୟିତ୍ୱବାନ ବ୍ୟାଙ୍କ ଭାବେ ଏକ୍ସିସ ବ୍ୟାଙ୍କ ନିଜର ଗ୍ରାହକଙ୍କ ପାଇଁ କୋହଳ ନୀତି ଆପଣେଇଛି । ପ୍ରାରମ୍ଭିକ ଭାବେ ଫୋନି ପ୍ରଭାବିତ ଅଂଚଳର ଗ୍ରାହକଙ୍କ ପେମେଂଟ ଅବଧି ୧ ମାସ ବଢାଇଛି ।