ରାଜ୍ୟରେ ଧୀରେ ଧୀରେ ମୃତ୍ୟୁ ସଂଖ୍ୟା କମିବ : ଡିଏମଇଟି
ରାଜ୍ୟରେ ଧୀରେ ଧୀରେ ମୃତ୍ୟୁ ସଂଖ୍ୟା କମିବ : ଡିଏମଇଟି
ଭୁବନେଶ୍ଵର : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ସିବିକେ ମହାନ୍ତୀ । ସେ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ କମୁଛି, ଆଗକୁ ଆହୁରି କମିବ । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସେହି ସବୁ ଜିଲ୍ଲାରେ ସଂକ୍ରମଣ ଧୀରେଧୀରେ କମିବ ବୋଲି କହିଛନ୍ତି ଡିଏମଇଟି ।
ଡିଏମଇଟି ପୁଣି କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ପରଖିବାକୁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଛନ୍ତି । କେନ୍ଦ୍ର ସରକାର ତାଙ୍କୁ ପଠାଇଛନ୍ତି । ସେମାନଙ୍କର ଯାହା ତଥ୍ୟ ଦରକାର ଯୋଗେଇ ଦେବୁ । ସେମାନେ ବୈଷୟିକ ଦିଗ ଦେଖିବେ । ରୋଗୀ ସଂକ୍ରମଣ ହେବା ପରେ ମୃତ୍ୟୁ ପର୍ୟ୍ୟନ୍ତ ଏହି ଗ୍ୟାପ୍ ରହୁଛି । ଧୀରେ ଧୀରେ ମୃତ୍ୟୁ ସଂଖ୍ୟା କମିବ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।




admin 