ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ

ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ

ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ
ଭୁବନେଶ୍ୱର: ଗତ ୭ ତାରିଖରେ କରାଯାଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଶୀତ କମିଛି । ଏଥିସହ ବର୍ଷାର ସମ୍ଭାବନା ଅଧିକ ହୋଇଛି । ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଫଳରେ ଶୀତ ଆହୁରି କମିବ ୧୬ ତାରିଖ ଆଡକୁ ବରଗଡ, ଝାରସୁଗୁଡା, ନୂଆପଡ଼ା, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ଦେବଗଡ ଓ କେନ୍ଦୁଝର ଆଦି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ୧୯ ତାରିଖ ଯାଏଁ ରାଜ୍ୟରେ ପାଗ ଏହିଭଳି କୋହଲା ରହିବ । ଶୀତ ଧୀରେ ଧୀରେ କମିଯିବ ଓ ଏହାପରେ ଶୀତ ଫେରିବାର ଆଉ ବିଶେଷ ସିମ୍ଭାବନା ନାହିଁ ବୋଲି ଆଚଂଳିକ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।