ନନ୍ଦନକାନନକୁ ଆସିବେ ନୂଆଜନ୍ତୁ

ନନ୍ଦନକାନନକୁ ଆସିବେ ନୂଆଜନ୍ତୁ

ନନ୍ଦନକାନନକୁ ଆସିବେ ନୂଆଜନ୍ତୁ
ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରତ୍ୟହ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କର୍ତୁପକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ନୂତନ ଜୀବଜନ୍ତୁ ଆଣିବା ପାଇଁ ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛନ୍ତି । ଏହି ପରିପେକ୍ଷୀରେ ଗତ ୨୨ ତାରିଖରେ ଦିଲ୍ଲୀରେ କେନ୍ଦ୍ରୀୟ ଚିଡିଆଖାନା କର୍ତୃପକ୍ଷଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନନ୍ଦନକାନନ ତରଫରୁ ଉପନିର୍ଦେଶକ ଜୟନ୍ତ ଦାସ ଯୋଗ ଦେଇଥିଲେ ।ବୈଠକରେ ଶ୍ରୀ ଦାସ ନନ୍ଦନକାନନର ମାଷ୍ଟର ପ୍ଳାନରେ ଆନାକୋଣ୍ଡା, ନୀଳ,କୁମ୍ଭୀର,ଘୁଷୁରି ଲାଞ୍ଜିଆ ମାଙ୍କଡ, ଆଫ୍ରିକାନ ଚିତା କଲିଜ ଫିଜାଂଟ ଓ ୪ ପ୍ରଜାତିର କଇଁଛ ଆଦି ଜୀବଜନ୍ତୁଙ୍କୁ ନନ୍ଦନକାନନ ଆଣିବା ପାଇଁ ସଂଗ୍ରହ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ତେବେ ପରବର୍ତୀ ସମୟରେ କେନ୍ଦ୍ରୀୟ ଚିଡିଆଖାନା କର୍ତୁପକ୍ଷଙ୍କ ଅନୁମତି ମିଳିବା ପରେ କର୍ତୁପକ୍ଷ ଦେଶରେ ଥିବା ବଡବଡ ଚିଡିଆଖାନା କର୍ତୁପକ୍ଷ ସହିତ ଆଲୋଚନା କରିବେ । ସେଠାକାର କର୍ତୁପକ୍ଷଙ୍କ ସହମତି ମିଳିବା ପରେ ଜନ୍ତୁ ଅଦଳବଦଳ ପ୍ରକିୟା ତାଲିକାରେ ଥିବା ଜୀବଜନ୍ତୁ ନନ୍ଦନକାନନ ଆସିପାରିବେ ବୋଲି ନନ୍ଦନକାନନର ଜଣେ ଅଧିକାରୀ କହିଛନ୍ତି ।