ଟ୍ରାଫିକ୍ କନେଷ୍ଟବଳ ନିଲମ୍ବିତ

ଟ୍ରାଫିକ୍ କନେଷ୍ଟବଳ ନିଲମ୍ବିତ

ଟ୍ରାଫିକ୍ କନେଷ୍ଟବଳ ନିଲମ୍ବିତ
ପାରାଦ୍ୱୀପ (ଲକ୍ଷ୍ମୀନାରାୟଣ ସାହୁ) ରାଜ୍ୟରେ ଏବେ ଟ୍ରାଫିକ୍ ନିୟମକୁ କଡାକଡି କରାଯାଇଥିବାରୁ ଭୁଲ୍ କରୁଥିବ ଗାଡିଚାଳକ ମାନଙ୍କୁ ଅଧିକ ତଣ୍ଡ ଗଣିବାକୁ ପଡୁଛି । ଆଉ ଏହି ସମୟରେ କେତେକ ଦୁର୍ନିତ ଖୋର ଟ୍ରାଫିକ୍ ପୋଲିସି ନିଜ ପକେଟ ମଧ୍ୟ ଗରମ କରି ଚଳୁଛନ୍ତି । ପାରାଦ୍ୱୀପରେ ଚାଲୁଥିବା ଟ୍ରକ୍ ମାନଙ୍କୁ ଧମକାଇ ଢେର ଅର୍ଥ ରୋଜଗାର କରୁଥିବା ଏଠାକାର ଟ୍ରାଫିକ୍ ବାବୁଙ୍କୁ ଏବେ ଧରିଛି ସୋସିଆଲ ମିଡିଆ ଗତ କିଛିଦିନ ତଳେ ସୋସିଆଲ ମିଡିଆ ଦ୍ୱାରା ଭାଇରାଲ ହୋଇଥିବା ଏକ ଫଟୋରେ ଟ୍ରାଫିକ୍ କନେଷ୍ଟବଳ ଶଶିଭୂଷଣ ଲେଙ୍କା ଲାଞ୍ଚ ନେଉଥିବା ଦେଖିବାକୁ ମିଳିଥିବା ବେଳେ ଆଜି ତାଙ୍କୁ ନିଲମ୍ବିତ କରାଯାଇଛି । ଏହି ସୂଚନା ଦେଇଛନ୍ତି ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ର ।