ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ସ୍ୱାମୀ

ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ସ୍ୱାମୀ

 ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ସ୍ୱାମୀ
କାଲିମେଳା: ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ସ୍ୱାମୀ । ହତ୍ୟାକାରୀର ଦାଦାପୁଅ ଏଥିରେ ସହଯୋଗ କଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ଥାନା ମାରଡିମେଟଲା ଗାଁରେ । ମୃତ ଯୁବକଙ୍କ ବାପାଙ୍କ ଏତଲା ପରେ ପଡିଆ ଥାନା ପୁଲିସ ଅଭିଯୁକ୍ତ ଆଡମା କବାସୀ ଓ ଦାଦା ପୁଅ ଭାଇ ମୁକା କବାସୀକୁ ଗିରଫ କରିଛି । ଯୁବକଙ୍କ ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଯୁବକ ହେଲେ ସେହି ଗାଁର ବିଚେମ୍‌ କବାସୀଙ୍କ ୧୯ ବର୍ଷର ପୁଅ ଇର୍ମା। ପୁଲିସ୍‌ ସୂଚନା ଅନୁସାରେ, ସ୍ତ୍ରୀ ସହ ଅନୈତିକ ସଂପର୍କ ସନ୍ଦେହ କରି ଇର୍ମାଙ୍କୁ ଜୀବନରେ ମାରି ଦେବାକୁ ଯୋଜନା କରିଥିଲା ଆଡମା । ଗତ ଗୁରୁବାର ନିଜ ଦାଦା ପୁଅ ମୁକା ଓ ଇର୍ମାଙ୍କୁ ଘରକୁ ଡାକିଥିଲା । ସନ୍ଧ୍ୟାରେ ପ୍ରଥମେ ଆଡମା ଓ ମୁକା ଇର୍ମାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । ମାରଧର୍‌ କରିବା ସହ ଇର୍ମାଙ୍କ ବେକରେ ଏକ ରଶି ବାନ୍ଧି ଜୋର୍‌ କରି ଭିଡି ଦେଇଥିଲେ । ଘଟଣାସ୍ଥଳରେ ଇର୍ମାଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ପଡିଆ ଥାନାରେ ଏକ ମାମଲା(୬/୨୦୨୧) ରୁଜୁ ହୋଇଛି ।