ଆଗାମୀ ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା

ଆଗାମୀ ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା

ଆଗାମୀ ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଭିତରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଶନିବାର ପୂର୍ବାନୁମାନ କରିଛି । ଭାରତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଉତ୍ତର-ପାଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ଓଡିଶାରେ ମୌସୁମୀ ଅଧିକ ସକ୍ରିୟ ରହିବ । ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ମିଳିିିଥିବା ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ଗଂଜାମ, ପୁରୀ, ବରଗଡ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ନବରଙ୍ଗପୁର, ଗଜପତି, କୋରାପୁଟ, କନ୍ଧମାଳ, କଟକ, ଯାଜପୁର, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।