ଯୁଦ୍ଧ ଆଶଙ୍କା ଭିତରେ ଏହି ବଡ଼ ପଦକ୍ଷେପ ନେଲା ରୁଷ

ଯୁଦ୍ଧ ଆଶଙ୍କା ଭିତରେ ଏହି ବଡ଼ ପଦକ୍ଷେପ ନେଲା ରୁଷ

ଯୁଦ୍ଧ ଆଶଙ୍କା ଭିତରେ ଏହି ବଡ଼ ପଦକ୍ଷେପ ନେଲା ରୁଷ

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ  ବିବାଦ ଥମୁନି। ଯୁଦ୍ଧ ଆଶଙ୍କା ବି ଟଳିନି। ଏହା ମଧ୍ୟରେ  ରୁଷ ଏବେ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ୟୁକ୍ରେନରେ ଥିବା ଦୁଇଟି ଅଞ୍ଚଳକୁ  ରୁଷ ପକ୍ଷରୁ ସ୍ୱାଧୀନ ଘୋଷଣା କରାଯାଇଛି। ଏହାର ଅର୍ଥ ଏହି ଦୁଇ ଅଞ୍ଚଳକୁ ରୁଷ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ପ୍ରଦାନ କରିଛି।

 ଥିବା ଅଞ୍ଚଳକୁ ରୁଷ ଏପରି ମାନ୍ୟତା ପ୍ରଦାନ କରିବା ନୂଆ ବିବାଦ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ମାନ୍ୟତା ପ୍ରଦାନ କରିବା ପରେ ୟୁକ୍ରେନର ଏହି ଦୁଇ ଅଞ୍ଚଳକୁ ରୁଷ ସରକାର ଯୁଦ୍ଧ ତୋପ ଓ ଯବାନ ମଧ୍ୟ ପହଞ୍ଚାଇଛନ୍ତି। ଏହାକୁ ନେଇ ୟୁକ୍ରେନ ଓ ଏହାକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଭିତରେ ଯୁଦ୍ଧ ଆଶଙ୍କା ଆହୁରି ଘନୀଭୂତ ହୋଇଛି।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ୱାଧୀନତା ପ୍ରଦାନ କରିଛନ୍ତି। ପୁଟିନ କହିଛନ୍ତି, ମୋର ବିଶ୍ୱାସ ଯେ ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକକୁ ସ୍ୱାଧୀନତା ଓ ସାର୍ବଭୌମତ୍ବ ସ୍ୱୀକୃତି ଦେବା ପାଇଁ ଦୀର୍ଘ ଦିନ ହେଲା ବିଚାର ଚାଲିଥିଲା। ଏବେ ଏହି ଦୁଇ କ୍ଷେତ୍ରକୁ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ଦେବାର ଆବଶ୍ୟକ ରହିଛି।”

ଏହାପରେ ପୁଟିନ ସର୍ବସମ୍ମୁଖରେ ୟୁକ୍ରେନର ବିଦ୍ରୋହୀ ନେତାଙ୍କ ସହ ପାରସ୍ପରିକ ସହାୟତା ଚୁକ୍ତିନାମାରେ ଦସ୍ତଖତ କରିଛନ୍ତି। ଦୀର୍ଘ ସମୟ ଧରି ଦେଶକୁ ସମ୍ବୋଧନ କରିବା ପରେ ପୁଟିନ ଦେଶର ଉଚ୍ଚ ସଦନକୁ ଏହି ନିଷ୍ପତ୍ତି ଉପରେ ମୋହର ମାରିବାକୁ କହିଛନ୍ତି।

ମଙ୍ଗଳବାର ରୁଷର ଉଭୟ ନିମ୍ନ ଓ ଉଚ୍ଚ ସଦନ ଏହି ପ୍ରସ୍ତାବ ଉପରେ ଭୋଟ ଦେଇ ବିଧିବଦ୍ଧ ମାନ୍ୟତା ପ୍ରଦାନ କରିବେ।

ପୁଟିନ ନିଜ ଭାଷଣରେ ୟୁକ୍ରେନକୁ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି। ରୁଷ ସପକ୍ଷବାଦୀଙ୍କ ବିରୋଧରେ ୟୁକ୍ରେନ ଗ୍ରହଣ କରୁଥିବା ସାମାରିକ କାର୍ୟ୍ୟାନୁଷ୍ଠାନକୁ ତୁରନ୍ତ ବନ୍ଦ କରୁ। ନହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ପୁଟିନ ଖୋଲାଖୋଲି କିଭକୁ ଚେତାବନୀ ଦେଇଛନ୍ତି।