ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ, ୪ ମୃତ

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ, ୪ ମୃତ

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ, ୪ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଏନଏଚ ୨୧୭ ତୁର୍ଳାଖମନଠାରେ ସୋମବାର ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ ଧାନ ବୋଝେଇ ଟ୍ରକ୍କୁ  ବରଯାତ୍ରୀ ନେଇ ଯାଉଥିବା ଏକ ବୋଲେରୋ ପଛରୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋ ଧକ୍କାରେ ଧାନ ବୋଝେଇ ଟ୍ରକଟି ଓଲଟି ପଡ଼ିଛି। ଏଥିଯୋଗୁ ଘଟଣାସ୍ଥଳରେ ୪ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

କେସିଙ୍ଗା ଥାନା ଅଞ୍ଚଳର ଜଣେ ଯୁବକଙ୍କର ବଲାଙ୍ଗୀର ଜିଲ୍ଲା ଶିଶକେଲା ପିପଲପଦର ଅଞ୍ଚଳରେ ବିବାହ ଥିଲା  । ଏଥିନିମନ୍ତେ ବରଯାତ୍ରୀ ପିପଲପଦର ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଏକ ବୋଲେରୋରେ ୧୧ ଜଣ କେସିଙ୍ଗା ଫେରୁଥିଲେ।

ତୁର୍ଳାଖମନଠାରେ ବୋଲେରୋଟି ଆଗରେ ଯାଉଥିବା ଏକ ଧାନ ବୋଝେଇ ଟ୍ରକ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ପୁରଷ ଓ ୩ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ କେସିଙ୍ଗା ହସ୍ପିଟାଲ ଓ ପରେ ଭବାନୀପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଗୁରୁତର ଆହତଙ୍କ ମଧ୍ୟରେ ଏକ ଶିଶୁ  ଥିବା ବେଳେ ତାକୁ ବୁର୍ଲା ମେଡ଼ିକାଲ  ପଠାଯାଇଛି।