ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ

ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ

ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ

ଆଠଗଡ: ରାଜ୍ୟରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି। ପ୍ରତି ପର୍ୟ୍ୟାୟରେ ଆକ୍ରମଣ ହେଉଛି। ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଦୁର୍ବୃତ୍ତମାନେ ବୁଥ ଗୁଡିକରେ ହିଂସା ଘଟାଉଛନ୍ତି । କେଉଁଠି ବୁଥ ଭିତରେ ପଶି ବାଲଟ ବକ୍ସ ଭାଙ୍ଗିଲେଣି ତ କେଉଁଠି ବାଲଟ ବକ୍ସକୁ ଉଠାଇ ନେଇ ପୋଖରୀରେ ଫିଙ୍ଗିଦେଲେଣି । ଏହ ସହିତ ପୋଲିସକୁ ଆକ୍ରମଣ, ପ୍ରିଜାଇଡିଂ ଅଫିସରଙ୍କୁ ର୍ଦୁବ୍ୟବହାର, ଏଜେଣ୍ଟଙ୍କ ମଧ୍ୟରେ ହାତାହାତି, ସାମ୍ବାଦିକଙ୍କୁ ଆକ୍ରମଣ କରିବା ଭଳି ଦୃଶ୍ୟ ସାମ୍ନାକୁ ଆସୁଛି ।

 

ଗତ ପର୍ୟ୍ୟାୟ ଗୁଡିକରେ ଅନେକ ସ୍ଥାନରେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ଭୟଙ୍କର ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା । ତେବେ ପୁଣି ଆଜି ୪ର୍ଥ ପର୍ୟ୍ୟାୟ ମତଦାନରେ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି । ଆଠଗଡ ଅନନ୍ତପୁର ପଂଚାୟତର ୪ଟି ବୁଥରେ ମତଦାନ ବେଳେ ଉତ୍ତେଜନା ସୃଷ୍ଟି ହୋଇଛି । କେତେକ ଏଜେଣ୍ଟଙ୍କୁ ବୁଥରେ ପୂରାଇ ନଦେବାରୁ ଉତ୍ତେଜନା ଦେଖାଦେଇଛି । ତେବେ ଏନେଇ ଖବର ସଂଗ୍ରହ ବେଳେ ସମ୍ବାଦିକଙ୍କୁ ଠେଲାପେଲା ଅଭିଯୋଗ ହୋଇଛି ।