ମନୀଷ ସିସୋଦିଆଙ୍କୁ ଫସେଇବାକୁ ଷଡ୍‌ଯନ୍ତ୍ର: କେଜ୍ରିୱାଲ

ମନୀଷ ସିସୋଦିଆଙ୍କୁ ଫସେଇବାକୁ ଷଡ୍‌ଯନ୍ତ୍ର: କେଜ୍ରିୱାଲ

ମନୀଷ ସିସୋଦିଆଙ୍କୁ ଫସେଇବାକୁ ଷଡ୍‌ଯନ୍ତ୍ର: କେଜ୍ରିୱାଲ

ନୂଆଦିଲ୍ଲୀ: ‘ମନୀଷ ସିସୋଦିଆଙ୍କୁ ମଧ୍ୟ ମିଛ କେସ୍ରେ ଫସାଇବାକୁ ଚାଲିଛି ଷଡଯନ୍ତ୍ର । ସତ୍ୟେନ୍ଦ୍ରଙ୍କୁ ଏମିତି ମିଛ ମାମଲାରେ ଫସେଇ ଗିରଫ କରିବା ପରେ ଏବେ ମନୀଷଙ୍କ ପାଳି। ଜଣ ଜଣ କରି ଗିରଫ କରିବା ବଦଳରେ ଏକା ସହ ଆମ ସମସ୍ତଙ୍କୁ ଗିରଫ କରିଦିଅନ୍ତୁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ। 

ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରେ ମନୀଷ ସିସୋଦିଆଙ୍କୁ ମଧ୍ୟ ମିଛ ମାମଲାରେ ଖୁବଶୀଘ୍ର କେନ୍ଦ୍ର ସରକାର ଗିରଫ କରିବେ ବୋଲି ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କେଜ୍ରିୱାଲ୍ କହିଛନ୍ତି, ମିଥ୍ୟା ମାମଲାରେ କେନ୍ଦ୍ର ସରକାର ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରିଯିବ ବୋଲି ଗତ କିଛି ମାସ ପୂର୍ବେ ମୁଁ କହିଥିଲି । ଖୁବ୍ ଶୀଘ୍ର ମନୀଷ ସିସୋଦିଆଙ୍କୁ ଗିରଫ କରାଯିବ ବୋଲି ମୋତେ ଏକ ବିଶେଷସୂତ୍ରରୁ ସୂଚନା ମିଳିଛି। ତାଙ୍କ ବିରୋଧରେ ମିଥ୍ୟା ମାମଲା ପ୍ରସ୍ତୁତି କରିବା ଲାଗି କେନ୍ଦ୍ର ସରକାର ସମସ୍ତ ଏଜେନ୍ସିଗୁଡ଼ିକୁ ଆଦେଶ ଦେଇଛନ୍ତି। ଭଚ୍ଚ

ତେଣୁ ମୁଁ ହାତ ଯୋଡି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛି ଯେ, ଜଣ ଜଣ କରି ଗିରଫ କରିବା ଦ୍ୱାରା ଦିଲ୍ଲୀ ବିକାଶ କାର୍ୟ୍ୟ ପ୍ରଭାବିତ ହେଉଛି। ଏହାଠାରୁ ଭଲ, ଦିଲ୍ଲୀର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କୁ ଏକାଠି ଗିରଫ କରାଯାଇ ତଦନ୍ତ କରାଯିବା ଉଚିତ।

ମାମଲା ରୁଜୁ କରି ଦୁଇ ମନ୍ତ୍ରୀଙ୍କୁ ବଦନାମ କରିବାକୁ ଉଦ୍ୟମ ଚାଲିଛି। କିନ୍ତୁ ମୁଁ ତାହା କରାଇ ଦେବିନାହିଁ ବୋଲି କେଜ୍ରିୱାଲ୍ କହିଛନ୍ତି। ଯଦି ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆ ଦୁର୍ନୀତିଗ୍ରସ୍ତ ତେବେ ସଚ୍ଚୋଟ କିଏ ବୋଲି କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

୨୦ରୁ ଅଧିକ ‘ଆପ୍’ ବିଧାୟକଙ୍କ ବିରୋଧରେ ହୋଇଥିବା ମାମଲାକୁ ଦର୍ଶାଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି, ପୁଣି, ‘ଜେଲ୍-ଜେଲ୍’ ଖେଳ ଆରମ୍ଭ ହେଲା। ଯଦି ଆମେ ତଦନ୍ତରେ ଧରାପଡୁ ତେବେ, କେମିତି ଓ କିଭଳି କାମ କରିବୁ? ଆମେ ଜେଲ୍ ଯିବାକୁ ଭୟ କରୁନାହୁଁ। ମୁଁ ନିଶ୍ଚିତ ଯେ, ଏଥର ବି ଦିଲ୍ଲୀବାସୀ ଆମ ସପକ୍ଷରେ ଯିବେ ଓ ଦେଶରେ ସବୁଠୁ ସାଧୁ, ଦୁର୍ନୀତିମୁକ୍ତ ଏବଂ ଦେଶାତ୍ମବୋଧକ ସରକାର ବୋଲି ଆମକୁ ପ୍ରମାଣପତ୍ର ଦେବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି।