ବିରୋଧୀଙ୍କ ଅପମାନ ମୋ ପାଇଁ ଉପହାର : ମୋଦି
ବିରୋଧୀଙ୍କ ଅପମାନ ମୋ ପାଇଁ ଉପହାର : ମୋଦି
admin
May 15, 2019 - 05:14
Updated: May 15, 2019 - 05:14
ଭୁବନେଶ୍ୱର : ମହାମିଶ୍ରଣର ନେତାମାନେ ତାଙ୍କୁ ବାରମ୍ବାର ଅପମାନିତ କରି ଚାଲିଛନ୍ତି । ଏପରିକି କୌଣସି ଦିନ ମଧ୍ୟ ତାଙ୍କୁ ଛାଡ଼ୁନାହାନ୍ତି । ସେମାନଙ୍କ ଅପମାନକୁ ସେ ଉପହାର ଭାବେ ବିଚାର କରେ । ମୁଁ ସେମାନଙ୍କୁ କୌଣସି ଉତର ଦେବାକୁ ଚାହୁଁନାହିଁ । ସାଧଶରଣ ଜନତା ତାହାର ଉତର ଦେବେ । ବିରୋଧୀଙ୍କୁ ଏମିତି ତେରେଚ୍ଛା ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ନିର୍ବାଚନ ରାଲିରେ ମୋଦି ଏହା କହିଛନ୍ତି ।
ସୂଚନାଯୋଗ୍ୟଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ନୀଚ ଆଦମୀ’ କହି ଦୁଇବର୍ଷ ତଳେ ବିବାଦୀୟ ହୋଇପଡ଼ିଥିଲେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାର । ଏଥିପାଇଁ ତାଙ୍କୁ ଦଳରୁ ନିଲମ୍ବିତ ମଧ୍ୟ କରାଯାଇଥିଲା । କିନ୍ତୁ ପରେ ସେ କ୍ଷମା ମାଗି ଦଳକୁ ଫେରିଥିଲେ । କିନ୍ତୁ ଏବେ ‘ନୀଚ ଆଦମୀ’ ବୟାନକୁ ଠିକ ବୋଲି ଆୟାର କହିଛନ୍ତି । ମୋଦିଙ୍କୁ ଦେଶର ସବୁଠାରୁ ଅପଶବ୍ଦ କହୁଥିବା ପ୍ରଧାନମନ୍ତ୍ରୀ ବୋଲି ସେ କହିଛନ୍ତି । ସେହିପରି ଦେଶବିରୋଧୀ ଗତି ବୃଦ୍ଧି ପଛରେ ସେ ମୋଦିଙ୍କୁ ଦାୟୀ କରିଥିବାବେଳେ ରାଜୀବ ଗାନ୍ଧୀଙ୍କ ପ୍ରତି ଦେଇଥିବା ଟିପ୍ପଣୀକୁ ସମାଲୋଚନା କରିଛନ୍ତି ।