ଭୋଟ ଦେଇପାରିଲେନି ତେଜସ୍ୱୀ ଯାଦବ
ଭୋଟ ଦେଇପାରିଲେନି ତେଜସ୍ୱୀ ଯାଦବ
admin
May 21, 2019 - 05:54
Updated: May 21, 2019 - 05:54
ପାଟନା: ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି) ନେତା ତେଜସ୍ୱୀ ଯାଦବ ଲୋକସଭା ନିର୍ବାଚନରେ ନିଜର ମତଦାନ କରିପାରି ନାହାନ୍ତି । ରବିବାର ଅନ୍ତିମ ପର୍ଯ୍ୟାୟରେ ପାଟନାରେ ଭୋଟ ଗ୍ରହଣ ହେଇଥିବାବେଳେ ତେଜସ୍ୱୀ ନିଜର ମତଦାନ କରିବାରେ ବିଫଳ ହୋଇଥିଲେ । ତେବେ ତେଜସ୍ୱୀ ମା ରାବଡି ଦେବୀ, ଭଉଣୀ ମିଶା ଭାରତୀ ଓ ଭାଇ ତେଜ ପ୍ରତାପ ଯାଦବ ସେମାନଙ୍କର ମତଦାନ କରିଥିଲେ । ତେଜସ୍ୱୀ ଭୋଟ ଦେବାରେ ବିଫଳ ହେବାକୁ ବିଜେପି ସମାଲୋଚନା କରିଛି । ଦଳର ମୁଖ୍ୟପାତ୍ର ନିଖଲ ଆନନ୍ଦ କହିଛନ୍ତି ଯେ ଯାଦବ ପରିବାରର କୌଣସି ସଦସ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ନଥିବାରୁ ତେଜସ୍ୱୀ ଭୋଟ ଦେଇ ନାହାନ୍ତି । ଏହା ସହିତ ସେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଗ୍ରହଣ କରନ୍ତି ନାହିଁ । ଆରଜେଡି ଉପାଧ୍ୟକ୍ଷ ଶିବାନନ୍ଦ ତିୱାରି କହିଛନ୍ତି ଯେ ଭୋଟର ତାଲିକାରେ ତେଜସ୍ୱୀଙ୍କ ନାମରେ ଏକ ଭୁଲ ଫଟୋ ରହିଥିବାରୁ ସେ ମତଦାନରୁ ବଂଚିତ ହୋଇଥିବା ଅନୁମାନ କରାଯାଉଛି । ତେବେ ଏହାକୁ ନିର୍ବାଚନ ଆୟୋଗ ଅସ୍ୱୀକାର କରିଛନ୍ତି । ତେଜସ୍ୱୀ ନିର୍ବାଚନ ପ୍ରଚାର ପାଇଁ ପାଟନା ବାହାରକୁ ଯାଇଥିବାବେଳେ ସେ ଭୋଟ ଗ୍ରହଣ ଦିନ ଫେରିପାରି ନଥିଲେ ।