ଗୁଲାମନବୀ ଆଜାଦଙ୍କୁ କାଶ୍ମୀର ଯିବା ପାଇଁ ଅନୁମତି

ଗୁଲାମନବୀ ଆଜାଦଙ୍କୁ କାଶ୍ମୀର ଯିବା ପାଇଁ ଅନୁମତି

ଗୁଲାମନବୀ ଆଜାଦଙ୍କୁ କାଶ୍ମୀର ଯିବା ପାଇଁ ଅନୁମତି
ନୂଆଦିଲ୍ଲୀ: ଶେଷରେ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କୁ କାଶ୍ମୀର ଯିବା ପାଇଁ ଅନୁମତି ମିଳିଛି । ସୋମବାର ସୁପ୍ରିମକୋର୍ଟ ତାଙ୍କୁ ଏହି ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଛନ୍ତି । ସୁପ୍ରିମକୋର୍ଟ ଗୁଲାମନବୀଙ୍କୁ ଶ୍ରୀନଗର, ବାରମୂଳା, ଅନନ୍ତନାଗ ଓ ଜାମ୍ମୁ ଯିବାକୁ ଅନୁମତି ଦେଇଛନ୍ତି । ଗସ୍ତ ଅନୁମତି ସହ ସୁପ୍ରମିକୋର୍ଟ ମୁଖ୍ୟବିଚାରପତି କିଛି ସର୍ତ୍ତ ଆରୋପ କରିଛନ୍ତି । ଗୁଲାମନବୀ କୌଣସି ଭାଷଣ ଦେଇପାରିବେନି କି ରାଲି କରିପାରିବେନି ବୋଲି ମୁଖ୍ୟ ବିଚାରପତି ସର୍ତ୍ତ ରଖିଛନ୍ତି । ପୂର୍ବରୁ ସୀତାରାମ ୟେଚୁରୀଙ୍କୁ ସୁପ୍ରିମକୋର୍ଟ କାଶ୍ମୀର ଯିବା ପାଇଁ ଅନୁମତି ଦେଇଥିଲେ ।