ଡଲାର ଦାମ କମିଲା

ଡଲାର ଦାମ କମିଲା

ଡଲାର ଦାମ କମିଲା
ନୂଆଦିଲ୍ଲୀ: ଏକଜିଟ ପୋଲର ପ୍ରଭାବ କେବଳ ଷ୍ଟକ ବଜାର ନୁହେଁ ମୁଦ୍ରା ବିନିମୟ ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ହେଉଛି ବେଶ ଦୃଢ଼ ହୋଇଯାଇଛି । ଏକ ଡଲାରର ମୂଲ୍ୟ ୬୯ ଟଙ୍କା ୩୬ ପଇସା ସ୍ତରକୁ ଖସି ଆସିଛି । ପୂର୍ବରୁ ଗୋଟିଏ ଡଲାର କିଣିବାକୁ ଅଧିକ ୮୬ ପଇସା ଗଣିବାକୁ ପଡୁଥିଲା । ସରକାରୀ ବଣ୍ଡ୍ ବଜାରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ୨ ମାସରେ ସବୁଠୁ ଉନ୍ନତ ସ୍ତରରେ ପହଂଚି ଯାଇଛି । ଏହା ଦ୍ୱାରା ଆମଦାନିକାରୀ ମାନେ ବେଶ ଲାଭବାନ ହେବେ ।