ଭୋଟ ବର୍ଜନ କରି ଅସନ୍ତୋଷ ଜଣାଇଲେ
ଭୋଟ ବର୍ଜନ କରି ଅସନ୍ତୋଷ ଜଣାଇଲେ
ନବରଙ୍ଗପୁର: ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା । ଆଜି ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ହେଉଛି ମତଦାନ । ୧୭ ହଜାର ୮୯ଟି ବୁଥରେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ମତଦାନ କରୁଛନ୍ତି।
୧୭,୦୮୯ଟି ବୁଥରେ ମତଦାନ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୨୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧,୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ମୁତୟନ ହୋଇଛନ୍ତି ।
ମୈଳିକ ସୁବିଧା ଦାବିରେ ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ କରିଛନ୍ତି ଲୋକେ । କାମାକ୍ଷାନଗର ବାମ ପଂଚାୟତ ପାକଟମୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ମଇଦଲପୁର ଗ୍ରାମବାସୀମାନେ ଭୋଟ ବର୍ଜନ କରିଥିବା ସୂଚନା ମିଳିଛି ।




admin 