ଆଜି ଥମିଯିବ ପଞ୍ଚାୟତ ପ୍ରଚାର
ଆଜି ଥମିଯିବ ପଞ୍ଚାୟତ ପ୍ରଚାର
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସରଗରମ୍ ହୋଇଛି ରାଜନୈତିକ ମଇଦାନ। ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ସରିଥିବାବେଳେ ଆଜି ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ସେପଟେ ଆଉ ମାତ୍ର ଦିନକ ପରେ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୪ ତାରିଖରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋରସୋରରେ ହେଉଛି । ଶେଷ ପର୍ଯ୍ୟାୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ନେତା, ପ୍ରାର୍ଥୀ ଓ କର୍ମୀମାନେ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି ।
ଗାଁ ଦାଣ୍ଡରେ ବୁଲୁଛନ୍ତି ଟାଣୁଆ ନେତା ଓ ଷ୍ଟାର ପ୍ରଚାରକ । ଘରକୁ ଘର ବୁଲି ଭୋଟ୍ ହାତେଇବାକୁ ଅନ୍ତିମ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ସବୁ ଦଳ ଜିଲ୍ଲା ପରିଷଦ ଆସନ ଉପରେ ଫୋକସ କରିଛନ୍ତି । ପଞ୍ଚମ ପର୍ଯ୍ୟାୟରେ ରାଜ୍ୟରେ ୪୯ ବ୍ଲକର ୧୩୧ଟି ଜିଲ୍ଲାପରିଷଦ ଜୋନରେ ହେବ ନିର୍ବାଚନ । ୯୭୫ ସରପଞ୍ଚ, ସମିତି ସଭ୍ୟ ଏବଂ ୧୩ହଜାର ୫୧୪ଟି ୱାର୍ଡରେ ଭୋଟିଂ ହେବ । ୪୧ଲକ୍ଷରୁ ଅଧିକ ଭୋଟର ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବେ ।




admin 