ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ, ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ, ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ, ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ

ଭୁବନେଶ୍ୱର: ପୌର ପରିଷଦ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ୭ ତାରିଖ ରହିଛି ଶେଷ ଦିନ। ଏହା ମଧ୍ୟରେ ସମସ୍ତ ଦଳକୁ ପଛରେ ପକାଇ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ମେୟର ପ୍ରାର୍ଥିନୀ ଭାବରେ ମଧୁସ୍ମିତା ଆଚାର୍ୟ୍ୟଙ୍କ ନାମ ଘୋଷଣା କରାଯାଇଛି। ସେହିପରି ପ୍ରଥମ ପର୍ୟ୍ୟାୟରେ ୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ,ଏକାମ୍ର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥିନୀ ରଶ୍ମି ମହାପାତ୍ର, ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, ପିସିସି ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାଶ, ପିସିସି ସମ୍ପାଦକ ସୁବ୍ରତ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ଭୁବନେଶ୍ୱର ବ୍ଲକ ସଭାପତି ଅଶୋକ ଦାଶ ପ୍ରମୁଖ ଉପସ୍ଥିତିରେ ଜଟଣୀ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ମେୟର ପାର୍ଥିନୀ ମଧୁସ୍ମିତା ଆଚାର୍ୟ୍ୟଙ୍କ ନାମ ଘୋଷଣା କରିଛନ୍ତି।ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ୟ୍ୟାୟରେ ୩୦ ଟି କର୍ପୋରେଟର ଙ୍କ ନାମ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ ଘୋଷଣା କରିଛନ୍ତି।


 ଆସନ୍ତୁ ଜାଣିବା କେଉଁ ୱାର୍ଡରୁ କାହାକୁ କରାଯାଇଛି ପ୍ରାର୍ଥୀ/ପ୍ରାର୍ଥିନୀ।  

କ୍ର.ସଂ ପ୍ରାର୍ଥୀଙ୍କ ନାମ ୱାର୍ଡ ନଂ

୧. କାଜଲ ମଣ୍ଡଳ                    ୧

୨. ସୁକାନ୍ତି ଜେନା                     ୩

୩. ପ୍ରଦୀପ କୁମାର ପଟ୍ଟନାୟକ    ୪

୪. ସୁଜିତ କୁମାର ସାହୁ              ୬

୫. ମନୋଜ କୁମାର ମହାପାତ୍ର     ୭

୬. ଶ୍ରୀଧର ବଳିଆର ସିଂ          ୧୦

୭. ଶୈଳବାଳା ମହାପାତ୍ର         ୧୩

୮. ସୁପ୍ରିୟା ମହାପାତ୍ର              ୧୪

୯. ଲିପ୍ସା ମହାନ୍ତି                     ୧୫

୧୦. ନଗମା ଖାତୁନ                ୧୬

୧୧. ନିବାସ କୁମାର ଭୋଇ       ୧୮

୧୨. ମଂଟୁ ମଲ୍ଲିକ                   ୨୪

୧୩. ପବିତ୍ର ଦାସ                    ୨୫

୧୪. ପଦ୍ମିନୀ ମାରାଣ୍ଡି               ୨୬

୧୫. ଅନିଲ କୁମାର ଦାସ          ୨୭

୧୬. ଅଞ୍ଜଳି ସାହୁ                    ୨୮

୧୭. ସ୍ମୃତି ରଞ୍ଜନ ତ୍ରିପାଠୀ         ୩୦

୧୮. ମମତା ମଲ୍ଲିକ                 ୩୫

୧୯. ଲିଜା ମହାନ୍ତି                   ୩୯

୨୦. ପ୍ରତିମା ମହାନ୍ତି                 ୪୧

୨୧. ପ୍ରଭାତ କୁମାର ପ୍ରତାପ ସିଂ  ୪୪

୨୨. ବିଭୁ ପ୍ରସାଦ ଜେନା            ୫୦

୨୩. ନିବାସୀ ଦେଇ                  ୫୩

୨୪. ପୁଷ୍ପିତା ଦାସ                    ୫୪

୨୫. ସଂଜୟ କୁମାର ପରିଡ଼ା       ୫୬

୨୬. ମିହିର ରଞ୍ଜନ ଆଚାର୍ୟ୍ୟ       ୫୭

୨୭. ଦେବୀ ପ୍ରସାଦ ସ୍ୱାଇଁ           ୫୯

୨୮. ନାରାୟଣ ଜେନା               ୬୧

୨୯. ନିତିଶା ମହାନ୍ତି                  ୬୩

୩୦. ଶିବାନୀ ଶିବଦର୍ଶିନୀ ମହାନ୍ତି ୬୭