ପୌର ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ: ନିରଂଜନ
ପୌର ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ: ନିରଂଜନ
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଆସୁଛି ପୌର ପରିଷଦ ନିର୍ବାଚନ। ଏହା ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କର ଆସିଛି ବଡ଼ ବୟାନ। ଶ୍ରୀ ପଟ୍ଟନାୟକ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପଦର୍ଶନ କରିଛି । ପୌର ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ । ନିରଞ୍ଜନ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳରେ ଭଲ ପ୍ରଦର୍ଶନ କରିଛି କଂଗ୍ରେସ। ତେଣୁ ସହରାଞ୍ଚଳରେ ମଧ୍ୟ ଭଲ ପ୍ରଦର୍ଶନ କରିବ । ଲୋକଙ୍କ ମଧ୍ୟରେ ଭୁଲ ଧାରଣା ଯେ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ଝଟକା ଖାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। ପଏଣ୍ଟ କେତେ ବଢିଛି ତାହା ତର୍ଜମା ପରେ ଜଣାପଡିବ। ତେବେ ପୌର ନିର୍ବାଚନ ରେ ଘର ଘର ବୁଲିବା ପାଇଁ କମ ସମୟ ରହିଛି, ହେଲେବି ଘର ଘର ବୁଲିବା ପାଇଁ ପ୍ରସ୍ତୁତ ରହିଛୁ।
ସେହିପରି ନିରଞ୍ଜନ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଯେଉଁ ଫଳାଫଳ ରାଜ୍ୟବାସୀ ଦେଇଛନ୍ତି, ସେଥିପାଇଁ ଓଡିଶା ବାସୀଙ୍କୁ କୃତଜ୍ଞତା ଜଣାଇବା ସହ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛି। ପୌର ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ।




admin 