ଭାରତୀୟ ହକି ଟିମ୍‌ରେ ୩ ଓଡ଼ିଆ

ଭାରତୀୟ ହକି ଟିମ୍‌ରେ ୩ ଓଡ଼ିଆ

ଭାରତୀୟ ହକି ଟିମ୍‌ରେ ୩ ଓଡ଼ିଆ

ନୂଆଦିଲ୍ଲୀ: ଜୁନିୟର୍‌ ବିଶ୍ବକପ୍‌ ହକି ଟୁର୍ଣ୍ଣାମେଣ୍ଟ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷଣା କରାଯାଇଥିବା ଏହି ୧୮ ଜଣିଆ ଦଳରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଏବଂ ସୁଦୀପ ଚିରମାକୋ। ବିବେକ ସାଗର ପ୍ରସାଦ ଏହି ଦଳର ନେତୃତ୍ବ ନେବେ। ଆସନ୍ତା ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ଟୁର୍ଣ୍ଣାମେଟ୍‌ ଅନୁଷ୍ଠିତ ହେବ। ଦେବେ ଷ୍ଟାଡିୟମ୍‌କୁ କୌଣସି ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ନିକଟରେ ଅଲିମ୍ପିକ୍‌ରେ ଭାରତୀୟ ହକି ଦଳ ସଫଳତା ଲାଭ କରିବା ପରେ ଅନେକ ପିଲା ଏବେ ହକି ଖେଳ ପ୍ରତି ଆଗ୍ରହ ଦେଖାଇଛନ୍ତି। ସେହିପରି ଓଡ଼ିଶା ସରକାର ମଧ୍ୟ ହକିକୁ ନେଇ ଭିତ୍ତିଭୂମିକୁ ସୁଦୃଢ଼ କରିଛନ୍ତି।