ବିହାର ବିଧାନସଭା ନିର୍ବାଚନ ଆରମ୍ଭ : ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ବିହାର ବିଧାନସଭା ନିର୍ବାଚନ ଆରମ୍ଭ : ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ବିହାର ବିଧାନସଭା ନିର୍ବାଚନ ଆରମ୍ଭ : ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ
ଭୁବନେଶ୍ୱର : ବିହାରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ଆଜି ୨୪୩ ଆସନ ମଧ୍ୟରୁ ୭୮ଟି ଆସନରେ ଭୋଟଗ୍ରହଣ କରାଯାଉଛି । ୧୨୦୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାକୁ ଓହ୍ଲାଇଥିବା ବେଳେ ୨.୩୪ କୋଟି ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେହିପରି ୱେଷ୍ଟ ଚମ୍ପାରଣର ବାଲ୍ମିକୀ ନଗର ଲୋକସଭା ଆସନ ପାଇଁ ମଧ୍ୟ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜିର ନିର୍ବାଚନରେ ଏନଡିଏର ୧୨ ଜଣ ମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ବିହାର ବିଧାନସଭାର ବାଚସ୍ପତି ବିଜୟ କୁମାର ଚୌଧୁରୀ । ବିଜୟ କୁମାରଙ୍କ ବ୍ୟତିତ ବିଜେନ୍ଦ୍ର ପ୍ରସାଦ ଯାଦବ, ନରେନ୍ଦ୍ର ନାରାୟଣ ଯାଦବ, ମହେଶ୍ୱର ହଜାରୀ, ରମେଶ ରିଶିଦେଓ, ଫିରୋଜ ଅହମଦ, ଲକ୍ଷ୍ମେଶ୍ୱର ରାୟ, ବୀମା ଭାରତୀ ଏବଂ ମଦନ ସାହଣୀ ଜେଡିୟୁ ପକ୍ଷରୁ ଲଢୁଛନ୍ତି । ଅନ୍ୟ ପକ୍ଷରେ ବିଜେପିର ୫ ଜଣ ମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି ।